ଭିଏତନାମର ଡ୍ରାଗନ୍‌ କୁକୁଡ଼ା – ମୂଲ୍ୟ ୧ଲକ୍ଷ ୬୨ ହଜାର ଟଙ୍କା

ଏମିତି କୁକୁଡ଼ା ଅଛି ଯାହାର ମୂଲ୍ୟ ୧ ଲକ୍ଷ ୬୨ହଜାର ଟଙ୍କା । ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ହେଲେ ଏହା ସତ । ତେବେ ଆସନ୍ତୁ ଜାଣିବା ଏହି କୁକଡ଼ା ବିଷୟରେ..

ଏହି କୁକଡ଼ା ଭିଏତନାମର ହାନୋଇରେ, ‘ଡ୍ରାଗନ୍‌ କୁକୁଡ଼ା’ ନାମରେ ପରିଚିତ । ଏହି କୁକୁଡ଼ାର ଗୋଡ଼ ଇଟା ପରି ମୋଟା। ଯାହାର ମୂଲ୍ୟ ୧ଲକ୍ଷ ୬୨ହଜାର ୬୪୪ଟଙ୍କା। ଭିଏତନାମର ନୂଆ ବର୍ଷରେ ଧନୀ ଲୋକମାନେ ଏହାକୁ ଖାଇଥାନ୍ତି। କୁକୁଡ଼ାର ଓଜନ ୪ କିଲୋଗ୍ରାମ। ଯାହାର ବିଶାଳ ପାଦ ଶରୀରର ଓଜନର ଏକ ପଞ୍ଚମାଂଶ।

ଏହା ପ୍ରାୟ ୧୫୦ ଡଲାରରେ ବିକ୍ରି ହୋଇଥିଲା। କେବଳ ଏତିକି ନୁହେଁ କେତେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଏହି ପ୍ରଜାତିର କୁକୁଡ଼ା ଭାଗ ନେଇଥାନ୍ତି। ତେବେ ମାଂସ ପାଇଁ ଉଠାଯାଇଥିବା କୁକୁଡ଼ାମାନଙ୍କୁ ଏକ ଛୋଟ ବଗିଚାରେ ଖୋଲା ରଖାଯାଏ। ୧୫ ବର୍ଷରୁ ଅଧିକ ସମୟ ଧରି କୁକୁଡ଼ା ପାଳନ କରୁଥିବା ହିଏନ୍‌ କହିଛନ୍ତି, କୁକୁଡ଼ାମାନେ ଯେତେ ଗତି କରନ୍ତି, ସେମାନଙ୍କ ମାଂସପେଶୀ ଅଧିକ ଶକ୍ତିଶାଳୀ ହୋଇଥାଏ।

Related Articles

Back to top button