୧୩୮ ବେଟିଂ ଆପ୍‌, ୯୪ ଲୋନ୍ ଆପ୍ ଉପରେ ଲାଗିବ ପ୍ରତିବନ୍ଧକ

ନୁଆଦିଲ୍ଲୀ: ଚୀନ୍ ଉପରେ ବଡ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପୁଣି ଥରେ ପ୍ରସ୍ତୁତ ହେଉଛନ୍ତି। ସୂଚନାନୁସାରେ, ସରକାର ଅନେକ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି। ୨୦୨୩ ବର୍ଷରେ ପ୍ରଥମ ଥର ସରକାର ଚାଇନିଜ୍ ଆପ୍ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ୧୩୮ ଟି ବେଟିଂ ଆପ୍ ଏବଂ ଚାଇନାର ଲିଙ୍କ୍ ଥିବା ୯୪ ଟି ଲୋନ୍ ପ୍ରଦାନକାରୀ ଆପକୁ ତୁରନ୍ତ ଏବଂ ଜରୁରୀକାଳୀନ ଭିତ୍ତିରେ ସରକାର ନିଷେଧ ତଥା ଅବରୋଧ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ସପ୍ତାହରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରୁ ଏହି ଆପଗୁଡିକର ପ୍ରତିବନ୍ଧକ ଲଗାଇବା ବିଷୟରେ ଏକ ରିପୋର୍ଟ ଗ୍ରହଣ କରିଥିଲେ। ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ମନ୍ତ୍ରଳାୟ ଏହି ଆପ୍ ଗୁଡ଼ିକୁ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା ଆରମ୍ଭ କରିଛି।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଛଅ ମାସ ପୂର୍ବରୁ ୨୮ ଟି ଚାଇନିଜ୍ ଲୋନ୍ ଆପ୍ ଉପରେ ବିଶ୍ଳେଷଣ ଆରମ୍ଭ କରିଥିଲା, କିନ୍ତୁ ପରେ ଜଣା ପଡ଼ିଥିଲା କି ଆଣ୍ଡ୍ରୋଏଡ ଏବଂ ଆଇଓଏସ୍‌ରେ ଏହିଭଳି ୯୪ ଟି ଆପ୍ ଉପଲବ୍ଧ ଏବଂ ଅନ୍ୟମାନେ ତୃତୀୟ-ପକ୍ଷ ଲିଙ୍କ୍ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି । ଏହାପରେ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ଆପଗୁଡିକ ଗୁପ୍ତଚର ଏବଂ ଡାଟା ଚୋରି ପାଇଁ ମଧ୍ୟ ଅପବ୍ୟବହାର କରାଯାଇପାରେ।

ସୂଚନାନୁସାରେ, ଏହି ଆପଗୁଡ଼ିକ ମଧ୍ୟରୁ ଅଧିକାଂଶ ସନ୍ଦେହଜନକ ସଫ୍ଟୱେୟାରରେ କାମ କରୁଥିଲେ କିମ୍ବା ବ୍ୟବହାରକାରୀଙ୍କ ବିନା ଜ୍ଞାନରେ ସେମାନେ ସିଧାସଳଖ ଚାଇନାକୁ ପଠାଉଥିଲେ । ତେଣୁ ଏହିପରି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ହେଲେ ସରକାର ଅନେକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button