
ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ୭ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ : ୫୨ ବର୍ଷୀୟ ପିଉସା ଗିରଫ
ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିବା ଜଣେ ୭ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ପିପିଲି ପୁଲିସ ଅଭିଯୁକ୍ତ ୫୨ ବର୍ଷୀୟ ସଂପର୍କୀୟ ପିଉସାକୁ ଗିରଫ କରି ସୋମବାର ପୁରୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟକୁ ଚାଲାଣ କରିଛି। ଅଭିଯୁକ୍ତର ନିଜ ଘର ଖୋର୍ଦ୍ଧା ଜିଲାରେ ହୋଇଥିବା ବେଳେ ସେ ଦୀର୍ଘ ୨୫ ବର୍ଷ ଧରି ପିପିଲି ଥାନା ଅନ୍ତର୍ଗତ ନିଜ ଶ୍ୱଶୁର ଘର ନିକଟରେ ପରିବାର ସହ ବାସ କରିଆସୁଥିବା ସୂଚନା ମିଳିଛି।ଅଭିଯୋଗ ଅନୁଯାୟୀ, ଗତ ୩୦ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ନାବାଳିକା ଜଣକ ଖାଇସାରି ହାତ ଧୋଇବାକୁ ନଳକୂପ ପାଖକୁ ଯାଇଥିବା ବେଳେ ଅଭିଯୁକ୍ତ ତାକୁ ସେଠାରୁ ଜୋର ଜବରଦସ୍ତ ନିଜ ଘରକୁ ଉଠାଇନେଇ ଦୁର୍ଷ୍କମ କରିଥିଲା। ଝିଅ ଏ ସଂପର୍କରେ ନିଜ ବାପା ଓ ମାଆଙ୍କୁ କହିଥିଲା। ପୀଡିତାର ମା’ ଏ ସଂପର୍କରେ ପିପିଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛନ୍ତି।