ଦୁଇଟି ଗଛ ସୁରକ୍ଷିତ ରଖିବା ପାଇଁ ତିନିଜଣ ସୁରକ୍ଷାକର୍ମୀ ଏବଂ ୬ଟି କୁକୁର ନିଯୁକ୍ତ

ମିୟାଜାକି ନାମକ ଜାପାନୀ ଆମ୍ବକୁ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଉଛି, ଯାହା କିଲୋଗ୍ରାମ ପିଛା ୨.୭୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି

ଏବେ ଆମ୍ବ ସିଜିନ୍‌ ଚାଲିଛି। ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଆମ୍ବ କିଲୋ ଅତିବେଶୀରେ ୧୫୦-୨୦୦ ଭିତରେ ରହିଥାଏ। କିନ୍ତୁ ଭାରତରେ ଏକ ଆମ୍ବ ବିକ୍ରି ହେଉଛି, ଯାହାର ଦାମ୍‌ କିଲୋ ୨.୭୦ ଲକ୍ଷ ଟଙ୍କା। ମଧ୍ୟପ୍ରଦେଶର ଜବଲପୁରରେ ପରିହାର ନାମକ ଜଣେ କୃଷକ ମିୟାଜାକି କିସମର ଦୁଇଟି ଆମ୍ବ ଗଛ ଲଗାଇଛନ୍ତି। ଏହି ଆମ୍ବ ଗଛକୁ ଜଗିବା ପାଇଁ ୩ ଜଣ ସିକ୍ୟୁରିଟି ଗାର୍ଡ ଏବଂ ୬ କୁକୁର ନିୟୋଜିତ ଅଛନ୍ତି। ଏହି ମହଙ୍ଗା ଆମ୍ବ ମିୟାଜାକି କିସମର ଅଟେ। ଏହା ସାଧାରଣତଃ ଜାପାନରେ ବେଶୀ ପରିମାଣରେ ଫଳେ। ଭାରତରେ ଏହି ଆମ୍ବ ଦୁର୍ଲଭ ଅଟେ। ଏହାକୁ ବାଡିରେ ଲଗାଇଲେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରିବାକୁ ପଡେ।
ଭାରତର ପ୍ରତିଷ୍ଠିତ ବ୍ୟବସାୟୀ ତଥା ଆରଜିପି ଗ୍ରୁମ୍‌ର ଚେୟାରମ୍ୟାନ୍‌ ହର୍ଷ ଗୋଏଙ୍କା ନିଜ ଟୁଇଟ୍‌ରେ ମିଆଜାକି ଆମ୍ବ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଟୁଇଟ୍‌ରେ ଲେଖିଛନ୍ତି, ‘ମିୟାଜାକି ନାମକ ଜାପାନୀ ଆମ୍ବକୁ ବିଶ୍ୱର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଉଛି, ଯାହା କିଲୋଗ୍ରାମ ପିଛା ୨.୭୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ମଧ୍ୟପ୍ରଦେଶର ଜବଲପୁରରେ ପରିହାର ନାମକ ଜଣେ କୃଷକ ମିୟାଜାକି କିସମର ଦୁଇଟି ଆମ୍ବ ଗଛ ଲଗାଇଛନ୍ତି। ଏହି ଦୁଇଟି ଗଛ ସୁରକ୍ଷିତ ରଖିବା ପାଇଁ ତିନିଜଣ ସୁରକ୍ଷାକର୍ମୀ ଏବଂ ୬ଟି କୁକୁରଙ୍କୁ ନିଯୁକ୍ତି ଦେଇଛନ୍ତି।

ଏହା ସମଗ୍ର ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରୁ ଅନ୍ୟତମ। ଟ୍ରେନ ଯାତ୍ରା ସମୟରେ ପରିହାର ଜଣେ ବ୍ୟକ୍ତିଙ୍କଠାରୁ ମିୟାଜାକି ପ୍ଲାଣ୍ଟ ନେଇଥିଲେ। ତାଙ୍କର କୌଣସି ଧାରଣା ନ ଥିଲା ଯେ ଏହି ଗଛରେ ଥିବା ରୁବି ରଙ୍ଗର ଆମ୍ବ ଜାପାନୀ ହେବ। କିନ୍ତୁ ଗଛ ବଡ଼ ହୋଇ ଫଳିବା ପରେ ଏହା ଜଣାପଡିଥିଲା।

Related Articles

Back to top button