
୨୫ଟି ବ୍ୟାଙ୍କିଂ ସର୍ଭିସ ଉପରେ କୌଣସି ଚାର୍ଜ ଲାଗିବ ନାହିଁ, ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା
ନୂଆଦିଲ୍ଲୀ: ବ୍ୟାଙ୍କିଂ ସେବା ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କର ପାଇଁ ନିହାତି ଅପରିହାର୍ଯ୍ୟ । ତେବେ ଅନେକ ସମୟରେ ବ୍ୟାଙ୍କିଂ ସର୍ଭିସ ଉପରେ ଲାଗୁ ହେଉଥିବା ଚାର୍ଜକୁ ନେଇ ଗ୍ରାହକମାନେ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ବ୍ୟାଙ୍କ ପକ୍ଷରୁ ଯଦି କେବେ କୌଣସି ବଡ଼ ଘୋଷଣା ହୁଏ, ତେବେ ସେ ସୁଯୋଗକୁ କୌଣସି ଗ୍ରାହକ ହାତଛଡ଼ା କରିନଥାନ୍ତି ।
ତେବେ ଏହା ମଧ୍ୟରେ ଆଇଡିଏଫସି ଫାଷ୍ଟ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ୨୫ଟି ବ୍ୟାଙ୍କିଂ ସର୍ଭିସ ଉପରେ କୌଣସି ଚାର୍ଜ ଲାଗିବ ନାହିଁ ବୋଲି ଏହି ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଏହି ଫାଇଦା ପାଇବାକୁ ହେଲେ ଗ୍ରାହକମାନେ ମାସିକ ଆଭରେଜ ବାଲାନ୍ସ ୧୦ ହଜାର ରଖିବା ସହ ଏଏମବି ସଞ୍ଚୟ ଆକାଉଣ୍ଟରେ ୨୫ ହଜାର ଟଙ୍କା ରଖିବାକୁ ପଡ଼ିବ ।
ପ୍ରତି ମାସରେ ଶାଖାରେ ନଗଦ ଜମା ଓ ଉଠାଣ ସଂଖ୍ୟା, ଶାଖାରେ ନଗଦ ନେଣଦେଣର ମୂଲ୍ୟ, ଶାଖାରେ ତୃତୀୟ ପକ୍ଷ ନେଣଦେଣ ଶୁଳ୍କ, ଡିଡି / ପିଓ ଜାରି କରିବା ଶୁଳ୍କ, ପ୍ରତି ନେଣଦେଣରେ ଆଇଏମପିଏସ ଶୁଳ୍କ, ପ୍ରତି ନେଣଦେଣରେ ଏନଇଏଫଟି ଶୁଳ୍କ, ପ୍ରତି ନେଣଦେଣରେ ଆରଟିଜିଏସ ଶୁଳ୍କ, ଚେକ ବୁକ ଚାର୍ଜ, ଏସଏମସ ଆଲର୍ଟ ଚାର୍ଜ, ଡୁପ୍ଲିକେଟ ଷ୍ଟେଟମେଣ୍ଟ ଜାରି କରିବା, ପାସବୁକ ଚାର୍ଜ, ଅନ୍ତିମ ପ୍ରମାଣପତ୍ର, ସୁଧ ପ୍ରମାଣପତ୍ର, ଖାତା ବନ୍ଦ କରିବା, ଇସିଏସ ଫେରସ୍ତ ଚାର୍ଜ, ଷ୍ଟପ୍ ପେମେଣ୍ଟ ଚାର୍ଜ, ଅନ୍ତରାଷ୍ଟ୍ରୀୟ ଏଟିଏମ / ପିଓଏସ ନେଣଦେଣ ଚାର୍ଜ, ଏଟିଏମରେ ପ୍ରତି ନେଣଦେଣରେ ଅପର୍ଯ୍ୟାପ୍ତ ଶେଷ ରାଶି ପାଇଁ ଶୁଳ୍କ, ସ୍ଥାୟୀ ଅନୁଦେଶ ଚାର୍ଜ, ପ୍ରବନ୍ଧକ ଚେକ / ଡିଡି ରଦ୍ଦିକରଣ / ପୁନବୈଧୀକରଣ, ଫଟୋ ସତ୍ୟାପନ ଶୁଳ୍କ, ହସ୍ତାକ୍ଷର ସତ୍ୟାପନ ଶୁଳ୍କ, ପୁରୁଣା ରେକର୍ଡ/ ଭରଣା କରାଯାଇଥିବା ଚେକ୍ କପି ଶୁଳ୍କ, ଠିକଣା ଶୁଳ୍କ, ନକାରାତ୍ମକ କାରଣରୁ କୋରିଅର ମାଧ୍ୟମରେ ଫେରସ୍ତ କରାଯାଇଥିବା କୌଣସି ସାମଗ୍ରୀ ।