ହାଥରସ୍ ଦଳାଚକଟା ଘଟଣାରେ ଏସଆଇଟିର ସୁପାରିଶରେ ୬ ଅଧିକାରୀ ସସପେଣ୍ଡ

ଉତ୍ତରପ୍ରଦେଶ ହାଥରସ୍ ଦଳାଚକଟା ଘଟଣାରେ କାର୍ଯ୍ଯାନୁଷ୍ଠାନ। ଏସଆଇଟିର ସୁପାରିଶ ଅନୁସାରେ ୬ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ସେମାନେ ହେଲେ ସ୍ଥାନୀୟ ଏସଡିଏମ୍, ସିଓ, ତହସିଲଦାର, ଇନସପେକ୍ଟର ଓ ଫାଣ୍ଡି ଅଧିକାରୀ। ନିଜ କର୍ତ୍ତବ୍ଯରେ ଅବହେଳା ଅଭିଯୋଗରେ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏସଆଇଟି ତଦନ୍ତରୁ ଜାଣିପାରିଛି, କାର୍ଯ୍ଯକ୍ରମର ଆୟୋଜକ, ତହସିଲର ପ୍ରଶାସନ ଓ ପୋଲିସ ନିଜ କର୍ତ୍ତବ୍ଯରେ ଅବହେଳା କରିଛନ୍ତି। ପୁରା ଘଟଣାର ତଦନ୍ତ କରୁଥିବା ଏସଆଇଟି ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି ଏବଂ ଆଜି ଏକ ରିପୋର୍ଟ ଦାଖଲ କରିଛି। ଏଥିରେ ସତସଙ୍ଗ ଆୟୋଜନ କରିଥିବା କମିଟିକୁ ଏହି ଅଘଟଣ ପାଇଁ ଦାୟୀ କରାଯାଇଛି। ଯେତେ ଲୋକଙ୍କ ପାଇଁ ଅନୁମତି ଦିଆଯାଇଥିଲା, ତାଠାରୁ ଅଧିକ ଲୋକଙ୍କୁ ସତସଙ୍ଗକୁ ନିମନ୍ତ୍ରଣ କରାଯାଇଥିଲା। ତାଛଡ଼ା ସ୍ଥାନୀୟ ଅଧିକାରୀମାନେ ଏହି କାର୍ୟ୍ଯକ୍ରମକୁ ଏତେ ଗୁରୁତର ସହିତ ନେଇନଥିଲେ। କିମ୍ବା ଉପରିସ୍ଥ ବରିଷ୍ଠ ଅଧିକାରୀଙ୍କୁ ମଧ୍ଯ ଏ ସଂପର୍କରେ ଜଣାଇନଥିଲେ। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯାଇଛି। ଏସଡିଏମ୍ ନିଜେ ସତସଙ୍ଗ ସ୍ଥଳ ପରିଦର୍ଶନ ନ କରି କାର୍ୟ୍ଯକ୍ରମ ପାଇଁ ଅନୁମତି ଦେଇଥିବାର ଜଣାପଡ଼ିଛି।

Related Articles

Back to top button