ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେଲେ ଫ୍ରାନ୍ସ ଫୁଟବଲ ଷ୍ଟାର କରୀମ ବେଞ୍ଜେମା

ଦୋହା: ଫିଫା ବିଶ୍ୱକପ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ ସତ୍ୱେ ଆର୍ଜେଣ୍ଟିନା ନିକଟରୁ ପରାସ୍ତ ହୋଇଛି ଫ୍ରାନ୍ସ । ଏଥିରେ ନିରାଶ ହୋଇ ପଡିଛନ୍ତି ଫ୍ରାନ୍ସ ଖେଳାଳି ଓ ପ୍ରଶଂସକ । ୩୫ ବର୍ଷୀୟ ଷ୍ଟାର ଖେଳାଳି କରୀମ ବେଞ୍ଜେମା ସୋମବାର ଆନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି । ଏହି ବାଲନ ଡି ଓର ପୁରସ୍କାର ବିଜେତା ଫାଇନାଲରେ ଫ୍ରାନ୍ସ ପରାଜୟ ପରେ ଏହି ନିଷ୍ପତି ନେଇଛନ୍ତି । ବେଞ୍ଜେମା ଜାତୀୟ ଦଳ ପକ୍ଷରୁ ୯୭ ମ୍ୟାଚ ଖେଳି ୩୭ ଗୋଲ ସ୍କୋର କରିଛନ୍ତି । ରିୟଲ ମାଡ୍ରିଡର ଏହି ଖେଳାଳି ସେକ୍ସଟେପ ସ୍କାଣ୍ଡାଲରେ ଦୋଷୀ ସାବ୍ୟସ୍ତ ହୋଇ ୧ ବର୍ଷ ପାଇଁ ବାସନ୍ଦ ହେବା ସହ ୭୫ ହଜାର ୟୁରୋ ଜରିମାନା ଦେଇଥିଲେ ।

ତାଙ୍କ ଅନୁପସ୍ଥିତିରେ ଫ୍ରାନ୍ସର ଟିମ କମ୍ବିନେଶନ ଭଲ ଥିବାରୁ କୋଚ ଡିଡାୟର ଡେଶ୍ଚଚାମ୍ପସ ତାଙ୍କୁ ଦଳରେ ନେବାକୁ ଚାହିଁ ନ ଥିଲେ । ସୂଚନାଯୋଗ୍ୟ, ରୋମାଞ୍ଚକ ଫାଇନାଲରେ ଆର୍ଜେଣ୍ଟିନା ଶୁଟଆଉଟରେ ବିଜୟ ହାସଲ କରିଥିଲା । ଗୋଲ୍ଡେନ ବୁଟ ବିଜେତା ଏମବାପ୍ପେଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଥିଲା ।

Related Articles

Back to top button