ଆଜି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ :21 ତାରିଖରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

ଆଜି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ତେବେ ଏହାର ପ୍ରଭାବରେ 21 ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କ୍ରମଶଃ ଉତ୍ତର-ପଶ୍ଚିମକୁ ଗତିକରି ଏହା ଅବପାତର ରୂପ ନେଇପାରେ । ତେବେ 23 ତାରିଖ ସୁଦ୍ଧା ସମ୍ଭାବ୍ୟ ଲଘୁଚାପ ଅବପାତର ରୂପ ନେବା ନେଇ ଅନୁମାନ କରାଯାଉଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଏବଂ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଅବପାତର ରୂପ ନେଲା ପରେ ସ୍ପଷ୍ଟ ହୋଇପାରିବ ।ପୂର୍ବାନୁମାନ କରାଯାଇଛି ଯେ, ବାଲେଶ୍ବର ପାଖରେ ଏହି ବାତ୍ୟା ଘଷି ହୋଇଯିବ । ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ପଳାଇବ ବାତ୍ୟା । ତେବେ ଯଦି ଦେଖିବା ବାତ୍ୟାର ପ୍ରଭାବ ଉତ୍ତର ଓଡିଶାରେ ପଡିପାରେ । କିନ୍ତୁ ଓଡିଶାରେ ସିଧାସଳଖ ମାଡ ହେବ ନାହିଁ । ଜିଏଫଏସ ମଡେଲ ଏନେଇ ଆକଳନ କରିଛି । ସେହିପରି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର ପଶ୍ଚିମ ଆଡକୁ ମୁହାଁଇବ । 23 ତାରିଖ ବେଳକୁ ଏହା ବାତ୍ୟାରେ ପରିଣତ ହୋଇ ସମୁଦ୍ରରେ ରହିବ ବୋଲି ଜିଏଫଏସ ମଡେଲ ଆକଳନ କରିଛି । 24 ତାରିଖ ବେଳକୁ ଏହା ଓଡିଶା ଉପକୂଳ ପାଖକୁ ଆସିବ । ବାଲେଶ୍ବର ଦେଇ ଏହା ଅତିକ୍ରମ କରିବ । ତେବେ 22 ତାରିଖ ବେଳକୁ ବାତ୍ୟାର ତୀବ୍ରତାକୁ ଦେଖି ଠିକ ଆକଳନ କରିହେବ ବୋଲି କୁହାଯାଇଛି ।

Related Articles

Back to top button