ଋଣରେ ବୁଡିଥିବା ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ ବିକ୍ରି ହୋଇଗଲା: ଅନୀଲ ଅମ୍ବାନୀଙ୍କୁ ଆଶ୍ୱସ୍ତି

ମୁମ୍ବାଇ: କରଜରେ ବୁଡି ଯାଇଥିବା ରିଲାଏନ୍ସ କ୍ୟାପିଟାଲର ସବସିଡାରୀ କମ୍ପାନୀ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ (ଆରସିଏଫଏଲ) ଶେଷରେ ବିକ୍ରି ହୋଇଯାଇଛି। ଆଟମ ଇନଭେଷ୍ଟମେଣ୍ଟ ଏଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଶୁକ୍ରବାର ଆରସିଏଫଏଲକୁ ୧ କୋଟି ଟଙ୍କାରେ କିଣି ନେଇଛନ୍ତି। ରିଲାଏନ୍ସ କ୍ୟାପିଟାଲ ଶନିବାର ଏହି ସୂଚନା ଦେଇଛନ୍ତି।

ଏ ନେଇ ରିଲାଏନ୍ସ କ୍ୟାପିଟାଲ ନିୟାମକୀୟ ଫାଇଲିଂ କରିଛନ୍ତି। ଏଥିରେ କମ୍ପାନୀ ଘୋଷଣା କରିଛନ୍ତି ଯେ ଭାରତୀୟ ରିଜର୍ଭବ୍ୟାଙ୍କ (ଆରବିଆଇ)ଙ୍କ ସମାଧାନ ଯୋଜନା କାର୍ଯ୍ୟାନ୍ୱୟନ ଅନୁସରଣରେ ପୂର୍ଣ୍ଣ ମାଲିକାନାଧିନ ସହାୟକ କମ୍ପାନୀରେ ଥିବା ଅଂଶିଦାରୀ ଆଟମ ଇନଭଏଷ୍ଟମେଣ୍ଟ ଏଣ୍ଡ ଇନଫ୍ରାଷ୍ଟ୍ରକଚର ଲିମିଟେଡକୁ ବିକି ଦେଇଛନ୍ତି।

ଆଟମ ଇନଭେଷ୍ଟମେଣ୍ଟ ଆରସିଏଫଏଲକୁ ୧ କୋଟି ଟଙ୍କାରେ କିଣିଛନ୍ତି। ଏହା ରିଲାଏନ୍ସ କ୍ୟାପିଟାଲର ପ୍ରଥମ ସହାୟକ କମ୍ପାନୀ। ଯାହାର ସଫଳତା ପୂର୍ବକ ସମାଧାନ ହୋଇଥିବା ରିଲାଏନ୍ସ କ୍ୟାପିଟାଲ କହିଛନ୍ତି।

Related Articles

Back to top button