କଟକରେ ମିଳୁଛି ନକଲି ‘ସାଇରା-ଡି’ ଔଷଧ

କଟକ: ସହର ଅସଲି କିନ୍ତୁ ଜିନିଷ ସବୁ ନକଲି । ଖାଇବା ଜିନିଷ ଠାରୁ ଆରମ୍ଭ କରି ସର୍ଫ, ସାବୁନ ସବୁ କିଛି ନକଲି । ଏମିତିକି ଘର ତିଆରି ଜିନିଷ ବି ନକଲି । ଏବେ ଏହି ନକଲି କାରବାର ଆହୁରୀ ସାଂଘାତିକ ହୋଇଛି । ନକଲି ବଜାର ଚଳାଉଥିବା ମାଫିଆମାନେ ଲୋକଙ୍କ ଜୀବନ ସହ ଖେଳ ଖେଳିବା ଆରମ୍ଭ କରିଛନ୍ତି । ରୋଗ ଉପଶମକାରୀ ଔଷଧ ନକଲି । ଗତ କିଛି ଦିନ ଧରି ସାରା ରାଜ୍ୟରେ ଉଚ୍ଚ ରକ୍ତ ଚାପର ନକଲି ଔଷଧ ବିପୁଳ ମାତ୍ରାରେ ଠାବ ପରେ, କଟକରେ ମିଳିଛି ଅଧିକ ବିକ୍ରି ହେଉଥିବା ନକଲି ଗ୍ୟାସଷ୍ଟିକ୍‌ ଔଷଧ ନକଲି ସାଇରା-ଡି। ରୋଗୀଙ୍କ ଜୀବନ ସହ ସାଂଘାତିକ ଖେଳ ଖେଳାଯାଉଥିବାର ଆଉ ଏକ ବଡ଼ ପ୍ରମାଣ । ନକଲି ସାଇରା-ଡି ର ସୁରାକ ମିଳିବା ପରେ କଟକର ବିଭିନ୍ନ ସ୍ଥାନରୁ ସାଇରା-ଡି ସାମ୍ପୁଲ ସଂଗ୍ରହ କରିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲରଙ୍କ ଦ୍ୱାରା ନିୟୋଜତି ଟିମ୍‌ ।

ସୂଚନା ଥାଉକି ଗତ କିଛି ଦିନତଳେ ବିଭିନ୍ନ ମେଡିସିନ ନକଲି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ । ମଙ୍ଗଳବାର ପୁଣିଥରେ ଚଢାଉ ପରେ ସାଇରା-ଡି ନକଲି ଥିବା ନେଇ ସ୍ପଷ୍ଟ ହୋଇଛି । ଗତ ଦୁଇ ବର୍ଷ ହେବ କଟକରେ ନକଲି କାରବାର ଚିନ୍ତା ସୃଷ୍ଟି କରିଆସିଛି । ଚା, ତେଲ, ସସ, ଘିଅ, ମସଲା, ଡିଟରଞ୍ଜେଣ୍ଟ ସହ ଅନେକ ଜିନିଷର ନକଲି କାରବାରର ପ୍ରମାଣ ମିଳିଛି। ଦାମୀ ବ୍ରାଣ୍ଡରେ ନକଲି ମାଲ୍‌ ଭର୍ତ୍ତି କରି ସାମନ୍ତରାଳ ଭାବେ ନକଲି ଚଳାଇଛନ୍ତି ଅସାଧୁ ବ୍ୟବସାୟୀ ।

Related Articles

Back to top button