
କଣ୍ଟାବାଞ୍ଜିରେ ଗଦି ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଅନ୍ତର୍ଗତ ୩ ନମ୍ବର ରୋଡ଼ରେ ଥିବା ବଂଜରଙ୍ଗ ଅଗ୍ରୱାଲଙ୍କ ଗଦି ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସର୍ଟସର୍କିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି । ଗୋଦାମ ନିକଟର ଆଖପାଖ ଲୋକେ ପ୍ରଥମେ ଧୁଆଁ ବାହାରୁ ଥିବା ଦେଖି ଗୋଦାମ ମାଲିକଙ୍କୁ ଖବର ଦେଇଥିଲେ । ସେତେବେଳକୁ ନିଆଁ ଚାରିଆଡେ଼ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ କଣ୍ଟାବାଞ୍ଜି ଦମକଳ ବାହିନୀକୁ ଖବର ଦେଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତି । ଯେହେତୁ ଏହା ଏକ ଗଦି ଗୋଦାମ ଓ ତୁଳା ଗୋଦାମ ହୋଇଥିବାରୁ ନିଆଁ ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଛି ।