ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ନେଇ: ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଉଛି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼। ଏହି ଜିଲ୍ଲାଗୁଡ଼ିକ ମଧ୍ୟରୁ ଗୋଟିଏ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ସେହିପରି ଭୀଷଣ ବର୍ଷା ନେଇ ଅଗଷ୍ଟ ୯ରେ ୫ଟି ଜିଲ୍ଲା ଓ ୧୩ରେ ୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ସର୍ବାଧିକ ୧୩୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ୯୫.୬ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ତେବେ ପାଣିପାଗ ବିଭାଗ ଆକଳନ ଅନୁଯାୟୀ, ରାଜ୍ୟରେ ଜୁନ୍‌‌ ୧ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ୬୧୪.୮ ପ୍ରତିଶତ ବର୍ଷା ରେକର୍ଡ଼ କରାଯାଇଥିଲେ ମଧ୍ୟ ସ୍ୱାଭାବିକ୍‌‌ ବର୍ଷା ତୁଳନାରେ ୬ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ଜଣାପଡିଛି।

Related Articles

Back to top button