କଳିଙ୍ଗ ଷ୍ଟାଡିୟମରେ ହକି ହିରୋଙ୍କୁ ଦିଆଯିବ ସମ୍ବର୍ଦ୍ଧନା

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିବା ଭାରତୀୟ ହକି ଖେଳାଳି ଆସନ୍ତାକାଲି ଆସୁଛନ୍ତି ଓଡ଼ିଶା । କଳିଙ୍ଗ ଷ୍ଟାଡିୟମରେ ହକି ହିରୋଙ୍କୁ ଦିଆଯିବ ସମ୍ବର୍ଦ୍ଧନା ।ଆସନ୍ତାକାଲି ଅପରାହ୍ନ ୧୨ଟା ୩୦ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ପହଞ୍ଚିବେ ପ୍ୟାରିସ ଅଲିମ୍ପିକ୍ସର ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଟିମ୍ । ଏମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ କଳିଙ୍ଗ ଷ୍ଟାଡିୟମରେ କରାଯାଇଛି ଆୟୋଜନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିବେ । ଏ ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ।ହକି ଖେଳାଳିମାନେ ଏକ ଶୋଭାଯାତ୍ରାରେ ବିମାନ ବନ୍ଦରରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ଯନ୍ତ ଆସିବେ । ଆଗାମୀ ଦିନରେ ହକି ଟିମରେ ଯେମିତି ଅଧିକରୁ ଅଧିକ ଓଡ଼ିଆ ଖେଳାଳି ସାମିଲ ହେବେ, ସେଥିପାଇଁ ରାଜ୍ଯ ସରକାର ଚେଷ୍ଟା କରିବେ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ୨୦୩୬ ଅଲମ୍ପିକ୍ସ ଆୟୋଜନ କରିବାକୁ ଭାରତ ସରକାର ବିଚାର କରୁଥିବା କହିଛନ୍ତି ସୂର୍ଯ୍ଯବଂଶୀ ସୂରଜ ।

Related Articles

Back to top button