ପରଲୋକରେ ହଲିଉଡ୍‌ ସିଙ୍ଗର ଲୋରେଟା ଲିନ୍‌

ହଲିଉଡର ପ୍ରସିଦ୍ଧ ଗାୟକ ଲୋରେଟା ଲିନ୍‌ଙ୍କ ପରଲୋକ। ୯୦ ବର୍ଷ ବୟସରେ ସେ ହଠାତ୍ ଦୁନିଆକୁ ଅଲବିଦା କହିଥିଲେ। ସେ ଶୋଇଥିବା ବେଳେ ଲୋରେଟା ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଏନେଇ ଲୋରେଟାଙ୍କ ପରିବାର ପକ୍ଷରୁ ତାଙ୍କ ମୃତ୍ୟୁ ସମ୍ପର୍କରେ ଏକ ସୂଚନା ଦେଇଛନ୍ତି। ଏହି ସୂଚନାରେ ସେ ଗୋପନୀୟତା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

ତାଙ୍କ ପରିବାର ତାଙ୍କ ମୃତ୍ୟୁର ଦୁଃଖଦ ଖବର ପ୍ରଶଂସକଙ୍କ ସହ ସେୟାର କରି ଲେଖିଛନ୍ତି – ‘ଆମ ମା ଲୋରେଟା ଲିନ୍ ଆଜି ସକାଳେ (ଅକ୍ଟୋବର-୪) ଦେହାନ୍ତ କରିଛନ୍ତି। ସେ ଶୋଇଥିବା ସମୟରେ ଏହି ଦୁନିଆକୁ ବିଦାୟ ଦେଇଥିଲେ। ଗୋପନୀୟତା ବଜାୟ ରଖିବା ଏବଂ ବ୍ୟାଘାତ ନକରିବା ପାଇଁ ଗାୟକଙ୍କ ପରିବାର ମଧ୍ୟ ଏହି ବିବୃତ୍ତିରେ ନିବେଦନ କରୁଛୁ ।

ଏହି ଖବର ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆମେରିକାର ଗାୟକ ଷ୍ଟେଲା ପାଟ୍ରନ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି। କେବଳ ଏତିକି ହିଁ ନୁହେଁ ତାଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକ ଏବଂ ଆମେରିକୀୟ ସଙ୍ଗୀତ ପ୍ରେମୀଙ୍କ ହୃଦୟକୁ ଭାଙ୍ଗି ଦେଇଛି ।

Related Articles

Back to top button