ଗଣତି ମଣତି ଲାଗି ଟିକିଏ ସମୟ ଲାଗିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ ହୋଇସାରିଛି । କିନ୍ତୁ ଗଣତି ମଣତି ଲାଗି ଟିକିଏ ସମୟ ଲାଗିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଣତି କାର୍ଯ୍ୟ ପାଇଁ ରିଜର୍ଭ ବ୍ୟାଙ୍କର ସହାୟତା ଲୋଡ଼ା ଯାଇଛି । ସେଠାରୁ ସମ୍ମତି ମିଳିଲେ କାର୍ଯ୍ୟ ଆରମ୍ଭ ହେବ, ତଥାପି ଆଗାମୀ ୩ ମାସ ଭିତରେ ଏହି କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ପୃଥ୍ୱୀରାଜ କହିଛନ୍ତି ।ଗୁରୁବାର ଆଇନ ମନ୍ତ୍ରୀ କହିଥିଲେ, ରତ୍ନଭଣ୍ଡାର ମଣତି ଗଣତି ବେଳେ ଉପସ୍ଥିତ ରହିବେ ରିଜର୍ଭ ବ୍ୟାଙ୍କର ଦୁଇ ଜଣ ଅଧିକାରୀ । ଏଥିପାଇଁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ୍‌ ମନ୍ତ୍ରୀ କହିଛନ୍ତି ଯେ, ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସରିଛି । ରତ୍ନ ଭଣ୍ଡାରର ମଣତି ଗଣତି ପ୍ରକ୍ରିୟା ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ । ଅସ୍ଥାୟୀ ଟ୍ରେଜେରୀରୁ ମହାପ୍ରଭୁଙ୍କ ରତ୍ନ ବାକ୍ସ ଗୁଡ଼ିକୁ ପ୍ରଥମେ ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର ହେବ । ରତ୍ନଭଣ୍ଡାରର ମଣତି ଗଣତି ପ୍ରକ୍ରିୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଦୁଇ ଜଣ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ଗତକାଲି ରାଜ୍ୟ ସରକାର ଚିଠି ଲେଖିଛନ୍ତି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଠାରୁ ସମୟ ଦିଆଯିବା ପରେ ରତ୍ନ ଭଣ୍ଡାର ମଣତି ଗଣତି ପ୍ରକ୍ରିୟା ଆରମ୍ଭ କରାଯିବ ।

ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସାରି ASI ଶ୍ରୀମନ୍ଦିର ପ୍ରଶାସନକୁ ଚାବି ହସ୍ତାନ୍ତର କରିଛି । ବାହାର ରତ୍ନଭଣ୍ଡାରରେ ବର୍ମାଟିକ କାଠରେ କବାଟ ଲଗାଯାଇଥିବା ବେଳେ ଏହାକୁ ରୁପା ଛାଉଣୀ କରାଯିବ । ସେହିପରି ଭିତର ରତ୍ନଭଣ୍ଡାର କବାଟକୁ ସୁନା ଛାଉଣୀ କରିବାକୁ ସ୍ଥିର କରିଛି ଶ୍ରୀମନ୍ଦିର ପ୍ରଶାସନ । ଏବେ ରତ୍ନଭଣ୍ଡାରରେ ୬ ଟି ତାଲା ପଡିଛି । ଭିତର ଓ ବାହାର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ଗଣତି ପୂର୍ବରୁ ରତ୍ନଭଣ୍ଡାର ଅଳଙ୍କାର ଗୁଡିକ ମୂଳ ଭଣ୍ଡାରକୁ ଆସିବାର ବ୍ୟବସ୍ଥା ହେବ ।

Related Articles

Back to top button