ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବଢିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ବୁଧବାର ତାଙ୍କୁ ପୁଣିଥରେ ରାଉଜ୍ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିବାବେଳେ, କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ବୃଦ୍ଧି କରିଛନ୍ତି । ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ କୋର୍ଟ ବୃଦ୍ଧି କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ କୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ଦେବାକୁ ସିଧା ସିଧା ମନା କରିଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଗତ ଶୁଣାଣି ସମୟରେ କୋର୍ଟ କେଜ୍ରିୱାଲଙ୍କୁ ଜାମିନ୍ ଦେଇନଥିଲେ । ବରଂ ତାଙ୍କ ନ୍ୟାୟିକ ହେପାଜତକୁ ଜୁନ୍ ୧୯ ତାରିଖ ଯାଏଁ ବୃଦ୍ଧି କରିଥିଲେ । ଏହାପରେ ବୁଧବାର ତାଙ୍କ ନ୍ୟାୟିକ ହେପାଜତର ଅବଧି ଶେଷ ହେବା ପରେ, ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ତିହାର ଜେଲରୁ କୋର୍ଟରେ ହାଜର କରାଯାଇଥିଲା । ଏହାପରେ କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଜୁଲାଇ ୩ ଯାଏଁ ବୃଦ୍ଧି କରିଛନ୍ତି ।

Related Articles

Back to top button