କେଜିଏଫ୍‌ ଅଭିନେତା କୃଷ୍ଣା ଜୀ ରାଓଙ୍କ ପରଲୋକ

ହାଇଦ୍ରାବାଦ:  ‘କେଜିଏଫ୍‌: ଚ୍ୟାପ୍ଟର-୧’ ଅଭିନେତା କୃଷ୍ଣା ଜୀ ରାଓଙ୍କ ପରଲୋକ ଘଟିଛି। ୭୦ ବର୍ଷୀୟ ଏହି ବରିଷ୍ଠ କନ୍ନଡ଼ କଳାକାର ଗତ କିଛିଦିନ ଧରି ରୋଗାକ୍ରାନ୍ତ ଥିଲେ। ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫୁସଫୁସ ସଂକ୍ରମଣ କାରଣରୁ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ବୁଧବାର ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

‘କେଜିଏଫ୍’ର ପ୍ରଶଂସକମାନେ ପ୍ରଥମ ଭାଗରେ ଦେଖାଯାଇଥିବା ଜଣେ ଅନ୍ଧ ବୃଦ୍ଧଙ୍କ ଚରିତ୍ରକୁ ନିଶ୍ଚିତ ଭାବରେ ମନେ ରଖିଥିବେ, ଯାହାକୁ ଖଣି କର୍ମଚାରୀମାନେ ମାରିବାକୁ ନେଇଥିଲେ। ସେହି ସମୟରେ ରକି ବୃଦ୍ଧଙ୍କୁ ଉଦ୍ଧାର କରେ ଏବଂ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ମନରୁ ତାଙ୍କ ଉପରେ ଅତ୍ୟାଚାର କରୁଥିବା ଗାର୍ଡ଼ମାନଙ୍କ ପ୍ରତି ଥିବା ଭୟକୁ ମଧ୍ୟ ଦୂର କରିଥିଲେ। ଏହି ଦୃଶ୍ୟ ପରେ ହିଁ ଫିଲ୍ମର କାହାଣୀ ଏକ ନୂଆ ମୋଡ଼ ନେଇଥିଲା। ସେହି ଅନ୍ଧ ବୃଦ୍ଧଙ୍କ ଚରିତ୍ରରେ କୃଷ୍ଣା ଜୀ ରାଓ ହିଁ ଅଭିନୟ କରିଥିଲେ।

ସୂଚନାଯୋଗ୍ୟ, କୃଷ୍ଣା ଜୀ ରାଓ ନିଜ କ୍ୟାରିଅରରେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ‘କେଜିଏଫ୍‌’ ତାଙ୍କୁ ଦେଇଥିଲା ଏକ ସ୍ବତନ୍ତ୍ର ପରିଚୟ ଓ ତାଙ୍କ ଲୋକପ୍ରିୟତା ଦୁଇ ଗୁଣ ହୋଇଥିଲା। ‘କେଜିଏଫ୍‌’ର ପ୍ରଥମ ପାର୍ଟ ରିଲିଜ୍‌ ହେବା ପରେ ସେ ଲଗାତର ୩୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

Related Articles

Back to top button