ସିପିଆଇ(ଏମ) କେରଳ ଶାଖାର ପୂର୍ବତନ ସଚିବ ତଥା ବରିଷ୍ଠ ନେତା କୋଡିୟେରୀ ବାଲକ୍ରିଷ୍ଣନଙ୍କ ଦେହାନ୍ତ

ହାଇଦ୍ରାବାଦ: ସିପିଆଇ(ଏମ) କେରଳ ଶାଖାର ପୂର୍ବତନ ସଚିବ ତଥା ବରିଷ୍ଠ ସଦସ୍ୟ କୋଡିୟେରୀ ବାଲକ୍ରିଷ୍ଣନଙ୍କ ଦେହାନ୍ତ । ଚେନ୍ନାଇର ଏକ ଘରୋଇ ମେଡିକାଲେର ଚିକିତ୍ସାଧୀନ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା । ବାଲକ୍ରିଷ୍ଣନ ହେଉଛନ୍ତି କେରଳର ପୂର୍ବତନ ଗୃହମନ୍ତ୍ରୀ । କ୍ୟାନସର ରୋଗରେ ପୀଡିତ ଥିବା କୋଡିୟେରୀ ବାଲକ୍ରିଷ୍ଣନ ଉଚ୍ଚତର ଚିକିତ୍ସା ସେବା ପାଇଁ ଗତ 28 ଅଗଷ୍ଟରେ ସିପିଆଇ(ଏମ) ରାଜ୍ୟ ସଚିବ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଚେନ୍ନାଇ ଆସି ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

କେରଳର କନ୍ନୁର ଥାଲାସ୍ସେରୀ ବିଧାନସଭା ଆସନରୁ 5 ଥର ବିଧାୟକ ଥିଲେ । କୋଡିୟେରୀ 2006-11 ଯାଏଁ ମୁଖ୍ୟମନ୍ତ୍ରୀ ବିଏସ ଅଚ୍ୟୁତାନନ୍ଦଙ୍କ ସରକାରରେ ଗୃହମନ୍ତ୍ରୀ ଥିଲେ । ଏହାବାଦ ସିପିଆଇଏମକୁ 2021 ରେ ଲଗାତାର କ୍ଷମତା ବଜାୟ ରଖିବାରେ କୋଡିୟେରୀ ପ୍ରମୁଖ ଭୂମିକା ନେଇଥିଲେ ।

ପ୍ରଥମ ଥର ପାଇଁ କେରଳରେ ସିପିଆଇ(ଏମ) କ୍ଷମତାକୁ ଆସିବା ବେଳେ କୋଡିୟେରୀ ବାଲକ୍ରିଷ୍ଣନ ସେତେବେଳେ ଦଳର ସଚିବ ଥିଲେ । ଛାତ୍ର ନେତାରୁ ରାଜନୀତିର ଶିଖର ଛଇଁଥିଲେ । ବାଲକ୍ରିଷ୍ଣନ 1970 ମସିହାରେ ମାତ୍ର 17 ବର୍ଷ ବୟସରେ କମ୍ୟୁନିଷ୍ଟ ପାର୍ଟିରେ ସାମିଲ ହୋଇଥିଲେ । ବର୍ଷ 1973 ରେ କୋଡିୟେରୀ ପ୍ରଥମ ଥର ପାଇଁ ସମିତି ସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ । ଏହାବାଦ କୋଡିୟେରୀଙ୍କୁ ଏସଏଫଆଇ ର ରାଜ୍ୟ ସଚିବ ଭାବେ ମଧ୍ୟ ଦାୟିତ୍ବ ମିଳିଥିଲା । ଯେଉଁଥିରେ ସେ 3 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

Related Articles

Back to top button