ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ୱଲପୁରୀ ଦିବସ
ଆଜି ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ଦିନ ସମ୍ୱଲପୁରୀ ଦିବସ । ଏହା ହେଉଛି ଏକ ପାରମ୍ପରିକ ଦିନ । ସମ୍ବଲପୁର ସହର ସମେତ ସାରା ଓଡ଼ିଶାବାସୀ ଆଜିର ଦିନକୁ ସମ୍ୱଲପୁରୀ ପୋଷାକ ପିନ୍ଧି ସମ୍ୱଲପୁରୀ ନୃତ୍ୟ ଗୀତରେ ନାଚି ପାଳନ କରିଥାନ୍ତି । ପିଠା ପଣା ଓ ଭାଇଚାରା ସହ ସମ୍ୱଲପୁରୀ ନୃତ୍ୟ ଗୀତ ଆଜିର ଦିନକୁ ଦ୍ବିଗୁଣିତ କରିଥାଏ । ସମ୍ୱଲପୁରୀ ଭାଷା ଅତି ମଧୁର ଆଉ ତାର ପୋଷାକ ଅତି ମନଲୋଭା । ସମ୍ୱଲପୁରୀ ପୋଷାକ ପିନ୍ଧିଲେ ମନରେ ଓଡ଼ିଆ ବୋଲି ଗର୍ବ ହୁଏ । ଆଜିର ଦିନରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।