ସ୍ୱଦେଶ ଫେରି ଭାବପ୍ରବଣ ହେଲେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ

ଭାରତୀୟ କୁସ୍ତିଯୋଦ୍ଧା ପ୍ୟାରିସରୁ ଆସି ଦିଲ୍ଲୀରେ ପହଞ୍ଚିଛନ୍ତି। ସେ ଆଜି ସକାଳୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା, ଯେଉଁଥିରେ ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ। ଏୟାରପୋର୍ଟରେ ଭିନେଶଙ୍କୁ ବହୁତ ଡ୍ୟାନ୍ସ ଏବଂ ଗୀତ ରେ ସ୍ୱାଗତ କରାଯାଇଥିଲା।ବିମାନବନ୍ଦରରୁ ବାହାରିବା ପରେ ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ ତାଙ୍କ ସହ କଥା ହେବା ସହ ସାନ୍ତ୍ୱନା ମଧ୍ୟ ଦେଇଥିଲେ। ଭିନେଶଙ୍କୁ ରୌପ୍ୟ କିମ୍ବା ସ୍ୱର୍ଣ୍ଣ ପଦକ ମିଳିନପାରେ, କିନ୍ତୁ ସିଏଏସରେ ଶୁଣାଣି ସମୟରେ ସମଗ୍ର ଦେଶ ତାଙ୍କ ସହ ଛିଡ଼ା ହୋଇଥିଲା। ଏବେ ଭିନେଶଙ୍କୁ ସ୍ୱର୍ଣ୍ଣ ପଦକ ବିଜେତାଙ୍କ ଭଳି ଢଙ୍ଗରେ ବିମାନବନ୍ଦରରେ ସ୍ୱାଗତ କରାଯାଇଥିଲା।

ଭିନେଶ ଫୋଗାଟ ବିମାନବନ୍ଦରରେ ପହଞ୍ଚିବା ପରେ ଦେଶବାସୀଙ୍କ ଭଲପାଇବା ପାଇବା ପରେ ଭାବପ୍ରବଣ ହୋଇପଡ଼ିଥିଲେ। ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଭିନେଶ ଫୋଗାଟ ସମଗ୍ର ଭାରତ ପାଇଁ ପ୍ରେରଣା ପାଲଟିଛନ୍ତି । ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାର ଫାଇନାଲରେ ପହଞ୍ଚିବାରେ ସେ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ହୋଇଛନ୍ତି। ଦୁର୍ଭାଗ୍ୟବଶତଃ ଫାଇନାଲ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ନିର୍ଦ୍ଧାରିତ ମାନକଠାରୁ ୧୦୦ ଗ୍ରାମ୍ ଅଧିକ ଥିବା ଜଣାପଡ଼ିଥିଲା, ଯେଉଁଥିପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପଡ଼ିଥିଲା। ଅନେକ ଦିନ ଅପେକ୍ଷା କରିବା ପରେ ମାମଲା ସିଏଏସ୍ ରେ ପହଞ୍ଚିବା ପରେ ତାଙ୍କ ରୌପ୍ୟ ପଦକ ପାଇଁ ଅନୁରୋଧ ଖାରଜ ହୋଇଯାଇଥିଲା।

Related Articles

Back to top button