ଖୁବଶୀଘ୍ର ପୁରୀ ଶ୍ରୀକ୍ଷେତ୍ରରୁ ବିମାନ ସେବା ଆରମ୍ଭ: ୩ ବର୍ଷ ମଧ୍ୟରେ ଶେଷ ହେବ କାର୍ଯ୍ୟ

ଖୁବଶୀଘ୍ର ପୁରୀ ଶ୍ରୀକ୍ଷେତ୍ରରୁ ବିମାନ ସେବା ପାଇପାରିବେ ଶ୍ରଦ୍ଦାଳୁ । ଏଥିପାଇଁ ଟେଣ୍ଡର ଆହ୍ୱାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପୁରୀ ଶ୍ରୀଜଗନ୍ନାଥ ବିମାନ ବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ପିପିପି ମୋଡରେ ମୋଟ ୨୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ ଦେଇଛି ଇୟଡକୋ । ଆସନ୍ତା ୧୦୯୫ ଦିନ ବା ୩ ବର୍ଷ ମଧ୍ୟ ରେ ପୁରୀର ବିମାନବନ୍ଦର କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୨୧ ତାରିଖରୁ ଅନଲାଇନରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ୨୧ ଏପ୍ରିଲରେ ଏହି ଟେଣ୍ଡର ଖେଳାଯିବ । ତେବେ ପୁରୀ ଶ୍ରୀକ୍ଷେତ୍ରରେ ବିମାନ ବନ୍ଦର ନିର୍ମାଣ ପରେ ଦେଶ ବିଦେଶରୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବ ।

Related Articles

Back to top button