ଦକ୍ଷିଣ ପୂର୍ବ ରେଳ ବିଭାଗର ଚକ୍ରଧରପୁର ଡିଭିଜନ ପକ୍ଷରୁ ୮ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ

କେନ୍ଦୁଝର: କେନ୍ଦୁଝର ଜିଲା ରାଜଖରସୁଆଁ ଠାରୁ ଡାଙ୍ଗୁଆପୋଷି ପର୍ଯ୍ୟନ୍ତ ତୃତୀୟ ରେଳଧାରଣା ନିର୍ମାଣ ନିମନ୍ତେ ଦକ୍ଷିଣ ପୂର୍ବ ରେଳ ବିଭାଗର ଚକ୍ରଧରପୁର ଡିଭିଜନ ପକ୍ଷରୁ ୩ରୁ ୮ ତରିଖ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ବନ୍ଦ ରହିବ। ଏ ସମୟରେ ମାଲବାହୀ ସମେତ ଯାତ୍ରୀବାହୀ ରେଳଗୁଡ଼ିକ ମଧ୍ୟ ବନ୍ଦ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ବଡ଼ବିଲ-ପୁରୀ ଏବଂ ପୁରୀ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ (୧୮୪୧୫/୧୮୪୧୬) ଭାୟା ବାଂଶପାଣି-କେନ୍ଦୁଝର ପୂର୍ବତଟ ଯାତ୍ରୀବାହୀ ରେଳ ଚଳିତମାସ ୨ରୁ ୭ପର୍ଯ୍ୟନ୍ତ ବନ୍ଦ ରହିବ। ଟାଟା ନଗରଠାରୁ ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସ ରେଳ (୨୦୮୧୫) ୭ ତାରିଖ ଦିନ ବନ୍ଦ ରହିବ। ସେହିପରି ବିଶାଖାପାଟଣା-ଟାଟା ନଗର ଯାତ୍ରୀବାହୀ ରେଳ (୨୦୮୧୬) ୬ ତାରିଖରେ ବନ୍ଦ ରହିବ। ଟାଟାନଗର-ଗୋଆ-ଟାଟାନଗର ମେମୁ ଯାତ୍ରୀବାହୀ ରେଳ (୦୮୧୩୩/୦୮୧୩୪) ଚଳାଚଳ ୩, ୪, ୫, ୭, ୮ ତାରିଖ ଦିନ ବନ୍ଦ ରହିବ। ସେହିପରି ଟାଟାନଗର-ଗୋଆ-ଟାଟାନଗର ସ୍ବତନ୍ତ୍ର ଯାତ୍ରୀବାହୀ ରେଳ (୦୮୧୫୫/୦୮୧୫୬) ୩ରୁ ୮ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଟାଟାନଗର-ବଡ଼ବିଲ-ଟାଟାନଗର ସ୍ବତନ୍ତ୍ର ଯାତ୍ରୀବାହୀ ରେଳ (୦୮୧୨୩/୦୮୧୨୪) ୩ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସେହିପରି ହାଓ୍ବାଡ଼ା-ବଡ଼ବିଲ-ହାଓ୍ବାଡ଼ା ଜନସତାବ୍ଦୀ ଏକ୍ସପ୍ରେସ (୧୨୦୨୧/୧୨୦୨୨) ୩ ଠାରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏ ସଂକ୍ରାନ୍ତରେ ମୁଖ୍ୟ ଯାତ୍ରୀବାହୀ ପରିବହନ ପରିଚାଳକ ଆଶିଷ୍‌ ଭାଟିଆ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ପୁରୀ-ବଡ଼ବିଲ ଟ୍ରେନକୁ ଅନ୍ୟ ଟ୍ରେନ୍‌ ଭଳି ବାଂଶପାଣି କିମ୍ବା କେନ୍ଦୁଝର ପର୍ଯ୍ୟନ୍ତ ଚଳାଚଳ ନ କରାଇ ବାତିଲ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଉଛି।

Related Articles

Back to top button