ପାକିସ୍ତାନରେ ଭୂମିକମ୍ପ ଅନୁଭୂତ : ରିକ୍ଟର ସ୍କେଲରେ ତୀବ୍ରତା 5.8 ମ୍ୟାଗ୍ନିଚ୍ୟୁଡ

ଶନିବାର ଦିନ ପାକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇ ଅନେକ ଅଞ୍ଚଳକୁ ଦୋହଲାଇ ଦେଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ 5.8 ରେ ମାପ କରାଯାଇଛି। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଭୟଭୀତ ହୋଇ ପଳାଇ ଆସିଛନ୍ତି।ଅନେକ ଅଞ୍ଚଳରେ ଲୋକମାନେ ଚିତ୍କାର କରୁଥିବା ଖୋଲା ପଡ଼ିଆ ଆଡ଼କୁ ଦୌଡ଼ୁଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ କ୍ଷତି କିମ୍ବା ଜୀବନ ହାନି ସମ୍ପର୍କରେ ସୂଚନା ଗ୍ରହଣ କରାଯାଇ ନାହିଁ। ପାକିସ୍ତାନରେ ହୋଇଥିବା ଭୂକମ୍ପର କମ୍ପନ କାଶ୍ମୀର ଉପତ୍ୟକାରେ ମଧ୍ୟ ଅନୁଭୂତ ହୋଇଥିଲା।

Related Articles

Back to top button