ଖାଦ୍ୟ ସଙ୍କଟ ଦୂର ପାଇଁ ଜିମ୍ବାୱେରେ ୨୦୦ ହାତୀଙ୍କୁ କରାଯିବ ହତ୍ୟା

ଜିମ୍ବାବେରେ ଖାଦ୍ୟ ସଙ୍କଟ । ଦୁଇ ମୁଠା ଖାଦ୍ୟ ପାଇଁ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ତେବେ ଉତ୍କଟ ସଙ୍କଟକୁ ଦୂର କରିବା ପାଇଁ ଜିମ୍ବାବେ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ 200 ହାତୀକୁ ହତ୍ୟା କରାଯିବ ବୋଲି ଘୋଷଣା କରାଯାଇଛି । ହାତୀ ଗଣହତ୍ୟାକୁ ଅନୁମତି ଦେଇଛନ୍ତି ଜିମ୍ବାମେ ସରକାର । ସେମାନଙ୍କ ମାଂସ ଖାଇବେ ଲୋକେ ।ଦକ୍ଷିଣ ଆଫ୍ରିକୀୟ ଦେଶରେ ଏହି ସମୟରେ ଅଲ ନିନୋ ପାଇଁ ମରୁଡି ହୋଇଛି । ଏଥିପାଇଁ ପ୍ରାୟ 6କୋଟି 80 ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି । ସମଗ୍ର ଅଞ୍ଚଶରେ ଖାଦ୍ୟ ସାମଗ୍ରୀରର ମଧ୍ୟ ଅଭାବ ଦେଖାଯାଇଛି । ଜିମ୍ବାମେ ପାର୍କ ଆଣ୍ଡ ଓ୍ବାର୍ଲଡ ଲାଇଭ ଅଥୋରିଟିର ପ୍ରବକ୍ତା ତିନାସେ ଫାରାବୋ କହିଛନ୍ତି, ଆମେ ଖାଦ୍ୟ ସଙ୍କଟକୁ କିଛି ମାତ୍ରାରେ ଦୂର କରିବା ପାଇଁ 200 ହାତୀ କାଟିବୁ । ସମଗ୍ର ଦେଶରୁ ହାତୀକୁ ମରାଯିବ । ଯେଉଁ ଅଞ୍ଚଳରେ ମରୁଡି ଅଧିକ ହୋଇଛି ପ୍ରଥମେ ସେହି ଅଞ୍ଚଳକୁ ହାତୀ ମାଂସ ପଠାଯିବ । ଯଦି ଦେଖିବା ଜିମ୍ବାବେରେ ହାତୀ ହତ୍ୟା ପ୍ରଥା 1988ରୁ ଆରମ୍ଭ ହୋଇଛି ।

Related Articles

Back to top button