ଇଟାଲୀର ସମୁଦ୍ରରୁ ଉଦ୍ଧାର କରାଗଲା ୨ ହଜାର କିଲୋଗ୍ରାମର କୋକେନ

ସିସଲି: ଇଟାଲୀର ସିସିଲି କୋଷ୍ଟ ନିକଟରୁ ୨ ହଜାର କିଲୋଗ୍ରାମର କୋକେନ ଉଦ୍ଧାର କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୩ ହଜାର କୋଟି ଟଙ୍କା ହେବ । ଏହି କୋକେନକୁ ୭୦ ୱାଟରପ୍ରୁଫ ପ୍ୟାକେଟରେ ସିଲ କରାଯାଇ ସମୁଦ୍ରରେ ପକାଇ ଦିଆଯାଇଥିଲା । ଇଟାଲୀର ମ୍ୟାରିଟାଇମ ସର୍ଭିଲାନ୍ସ ଏୟାରକ୍ରାଫ୍ଟର ନଜର ଏହା ଉପରେ ପଡିଥିଲା । ପୋଲିସ ଖବର ଦିଆଯିବା ପରେ ଏହି ୭୦ ପ୍ୟାକେଟକୁ କଷ୍ଟମ ବିଭାଗ ଜବତ କରିଥିଲା । ମାଛ ଧରାଯାଉଥିବା ଜାଲରେ ଏହି ବକ୍ସଗୁଡିକ ବନ୍ଧାଯାଇ କାର୍ଗୋ ଶିପରୁ ସମୁଦ୍ର ମଧ୍ୟକୁ ପକାଇ ଦିଆ ଯାଇଥିଲା । ପରେ ଚୋରା ବ୍ୟାପାରୀ ଏହାକୁ ସଂଗ୍ରହ କରି ନେଇଥାନ୍ତେ । ମାତ୍ର ସେମାନଙ୍କ ଯୋଜନା ଫସର ଫାଟି ଯାଇଥିଲା । ଏହା ପୂର୍ବରୁ ପ୍ରଶାନ୍ତ ମହାସାଗରରୁ ୪ ହଜାର କୋଟି ଟଙ୍କାର କୋକେନ ଜବତ କରାଯାଇଥିଲା । ଏଗୁଡିକୁ ଅଷ୍ଟ୍ରେଲିଆ ପଠାଯିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

Related Articles

Back to top button