ବ୍ୟାଙ୍କର ଭୁଲ ଯୋଗୁ ହଠାତ୍ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ୨୭୦ କୋଟି, ପରେ ଜୀବନ ବଦଳିଗଲା

ବେଳେବେଳେ ଏପରି କିଛି ଘଟେ ଯେ ହଠାତ୍ ବହୁତ ଟଙ୍କା ଲୋକଙ୍କ ଆକାଉଣ୍ଟରେ ପଡ଼ିଯାଏ । ତେବେ ଜଣେ ମହିଳାଙ୍କ ଆକାଉଣ୍ଟରେ ହଠାତ୍ ୨୭୦ କୋଟି ଟଙ୍କା ଆସିବା ପରେ ମହିଳାଜଣଙ୍କ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ମହିଳା ଏହାକୁ ବିଶ୍ୱାସ କରି ପାରିନଥିଲେ । କିନ୍ତୁ ପରେ ସେ ଯେତେବେଳେ ଠିକ୍ ଭାବେ ଯାଞ୍ଚ କରିଥିଲେ, ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ପ୍ରକୃତରେ ତାଙ୍କ ଆକାଉଣ୍ଟରେ ୨୭୦ କୋଟି ଟଙ୍କା ଆସିିଛି ।

ଏଭଳି ଏକ ଘଟଣା ଆମେରିକାର ଟେକ୍ସାସରୁ ଆସିଛି । ବ୍ୟାଙ୍କର ଭୁଲ ହେତୁ ଏତେ ପରିମାଣର ଅର୍ଥ ମହିଳାଙ୍କ ଆକାଉଣ୍ଟରେ ଆସି ଯାଇଥିଲା । ତେବେ ମହିଳା ଜଣକ ଭଲ ହୋଇଥିବାରୁ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ବ୍ୟାଙ୍କ ଅଧିକାରୀମାନେ ସେମାନଙ୍କ ଭୁଲକୁ ଗ୍ରହଣ କରି ପରେ ମହିଳାଙ୍କ ଆକାଉଣ୍ଟରୁ ସେହି ଟଙ୍କା କାଢି ନେଇଥିଲେ ।

ପ୍ରକୃତରେ, ମହିଳା ଏହି ଘଟଣାରୁ କୌଣସି ପୁରସ୍କାର କିମ୍ବା ଟଙ୍କା ପାଇ ନଥିଲେ, କିନ୍ତୁ ମହିଳାଙ୍କ ଜୀବନ ନିଶ୍ଚିତ ଭାବରେ ବଦଳି ଯାଇଥିଲା । ସୂଚନା ଅନୁଯାୟୀ, ଏହି ଘଟଣା ପ୍ରାୟ ଦୁଇ ବର୍ଷ ପୂର୍ବେ ଘଟିଥିଲା, କିନ୍ତୁ ନିକଟରେ ଏହା ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ମହିଳା ଜଣକ ବର୍ତ୍ତମାନ ଟେକ୍ସାସରେ ଅଛନ୍ତି ଏବଂ ସେହି ସମୟରେ ଏହି ମହିଳା ଏତେ ପ୍ରସିଦ୍ଧ ହୋଇଥିଲେ ଯେ ତାଙ୍କୁ ଅନେକ ଅଫର ଆସିଥିଲା । ଏହି ଅଫର ଅନୁଯାୟୀ ମହିଳା ଏକ ଫାଇନାନ୍ସ କମ୍ପାନୀ ଖୋଲିଥିଲେ ଏବଂ ଏହା ପରେ ସେ ବହୁତ ଟଙ୍କା ରୋଜଗାର କରିଥିଲେ । ପରେ ମହିଳା ଜଣଙ୍କ ପିଲାମାନଙ୍କ ପାଇଁ ଏକ ମନୋରଞ୍ଜନ କମ୍ପାନୀ ମଧ୍ୟ ଖୋଲିଥିଲେ ।

Related Articles

Back to top button