ଥାଇଲାଣ୍ଡର ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ମୃତ

ଥାଇଲାଣ୍ଡ: ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ସୂଚନା ମିଳିଛି ।

ତେବେ ଗୁରୁବାର ରାତିରେ ଥାଇଲାଣ୍ଡର ପୂର୍ବୋତ୍ତର ଅଞ୍ଚଳରେ ଏହି ଘଟଣା ଘଟିଛି । ଆତତାୟୀଙ୍କ ମଧ୍ୟରେ ଜଣେ ପୂର୍ବତନ ପୋଲିସ କର୍ମୀ ଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ନାକାବନ୍ଦୀ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି ପୋଲିସ । ତେବେ କେଉଁ କାରଣରୁ ଏପରି ଆକ୍ରମଣ ହୋଇଛି ସେ ନେଇ କୌଣସି ସଠିକ ସୂଚନା ମିଳିନାହିଁ । ଏହି ଘଟଣା ପରେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ତଦନ୍ତ କରି ଅପରାଧୀଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପୂର୍ବରୁ ୨୦୨୦ରେ ମଧ୍ୟ ଏପରି ଏକ ଘଟଣା ଘଟିଥିଲା ।ଯେଉଁଥିରେ ୨୯ ଲୋକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ୫୭ ଜଣ ଆହତ ହୋଇଥିଲେ ।

Related Articles

Back to top button