
ପାକିସ୍ତାନରେ ଘାଟିକୁ ଓଲଟିଲା ଯାତ୍ରୀବାହୀ ବସ୍:୩୭ଜଣଙ୍କର ମୃତ୍ୟୁ, ୪ ଜଣ ଆହତ
ନୂଆଦିଲ୍ଲୀ: ରବିବାର ପାକିସ୍ତାନରେ ଏକ ଦ୍ରୁତ ଗତିରେ ଆସୁଥିବା ଯାତ୍ରୀବାହୀ ବସ୍ ରାସ୍ତାରୁ ଖସି ପଡିଛି। ଦକ୍ଷିଣ ପାକିସ୍ତାନର ଲାସବେଲା ଜିଲ୍ଲାର ବେଲା ଅଞ୍ଚଳରେ ଏହି ଦୁର୍ଘଟଣା ହେଇଛି । ବସଟି ବାଲୁଚିସ୍ତାନର ରାଜଧାନୀ କ୍ୱେଟା ରୁ କରାଚି ଅଭିମୁଖେ ଯାଉଥିବା ବେଳେ ବସଟି ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଅତି କମରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଥିବା କୁହାଯାଉଛି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ବିସିସିଆଇ ଅନୁଯାୟୀ, ବସ୍ ଡ୍ରାଇଭରଙ୍କ ନିୟନ୍ତ୍ରଣ ବାହାରକୁ ଯିବାପରେ ଏହି ଦୁର୍ଘଟଣା ଘଟିଥିଲା। ଖାଲରେ ଖସିଯିବା ପରେ ବସ୍ ରେ ନିଆଁ ମଧ୍ୟ ଲାଗିଯାଇଥିଲା। ଦୈନିକ ପାକିସ୍ତାନ ଅନୁଯାୟୀ ୧୮ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁକୁ ନିଶ୍ଚିତ କରିବାବେଳେ ବେଲା ଆସିଷ୍ଟାଣ୍ଟ କମିଶନର କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।