ଜେଲ ଭିତରେ ୪୧ ଜଣ ମହିଳା କଏଦୀଙ୍କର ମୃତ୍ୟୁ

ସୂଚନା ମୁତାବକ, ହୋଣ୍ଡୁରାସରେ ଏକ କାରାଗାରରେ ବନ୍ଦୀ ଜୀବନ ବିତାଉଥିବା ୪୧ ଜଣ ମହିଳା କଏଦୀଙ୍କ ମୃତ୍ୟୁ ଘଟିଛି । ତେଗୁସିଗଲପାର ଉତ୍ତର-ପଶ୍ଚିମ ଠାରୁ ପାଖାପାଖି ୫୦ କିମି ଦୂରରେ ରହିଥିବା ତମାରାର ମହିଳା ଜେଲ ମଧ୍ୟରେ ଦଙ୍ଗା ଓ ହିଂସା ସୃଷ୍ଟି ହୋଇଥିଲା । ଅଧିକାଂଶ ମହିଳାଙ୍କ ମୃତ୍ୟୁ ନିଆଁରେ ପୋଡ଼ିହେବା କାରଣରୁ ହୋଇଥିବା କୁହାଯାଉଛି । ଏଥିସହିତ କିଛି ମହିଳାଙ୍କ ଶରୀରରେ ଗୁଳି ବାଜିଥିବା ମଧ୍ୟ କୁହାଯାଉଛି । ଅତିକମରେ ୭ ଜଣ ମହିଳା କଏଦୀଙ୍କୁ ଆହତ ଅବସ୍ଥାରେ ତେଗୁସିଗଲପା ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

କିଛି ମହିଳାଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଆଉ କେତେକଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । କାରାଗାର ମଧ୍ୟରେ ଅବୈଧ କାର୍ଯ୍ୟକଳାପ ଚାଲୁଥିବା ନେଇ ନିକଟରେ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ଗ୍ରହଣ କରାଯାଇଥିଲା । ଫଳରେ ଏହି କାରଣକୁ ସେ ଜେଲ ଭିତରେ ଦଙ୍ଗା ସୃଷ୍ଟି ହୋଇଥିଲା । ହୋଣ୍ଡୁରାସ ମଧ୍ୟ ଆମେରିକାର ଏକ ରାଷ୍ଟ୍ର ହୋଇଥିବା ବେଳେ ସେଠାକାର ଜେଲର ପରିସ୍ଥିତି ନର୍କ ସହିତ ସମାନ । ଜେଲ ଭିତରେ ଆବଶ୍ୟକତା ଠାରୁ ଅଧିକ କଏଦୀ ରହିବା ସହିତ ସେଠାରେ ସମସ୍ତେ ଅପରିଷ୍କାର ପରିବେଶ ଭିତରେ ରହୁଛନ୍ତି । ଅଧିକାଂଶ ସମୟରେ ସେଠାରେ ଦଙ୍ଗା ହୋଇ ବହୁ କଏଦୀ ମୃତ୍ୟୁବରଣ କରିଥାନ୍ତି । ଗତ ୨୦୧୯ ମସିହାରେ ଏକ ହିଂସା କାରଣରୁ ୩୭ ଜଣ କଏଦୀ ପ୍ରାଣ ହରାଇଥିଲେ । ଏହି ଘଟଣାକୁ ରୋକିବା ପାଇଁ ରାଷ୍ଟ୍ରପତି ଜେଲକୁ ସେନା ନିୟନ୍ତ୍ରଣାଧୀନ କରିଥିଲେ ହେଁ କୌଣସି ପ୍ରଭାବ ପରିଲକ୍ଷିତ ହୋଇନଥିଲା ।

Related Articles

Back to top button