ଇଣ୍ଡୋନେସିଆରେ ଭୂମିକମ୍ପ, ରିକ୍ଟର୍‌ସ୍କେଲ୍‌ରେ ୭.୦ ତୀବ୍ରତା

ଜାକର୍ତା: ଆଜି ପୂର୍ବାଞ୍ଚଳ ଇଣ୍ଡୋନେସିଆର ମାଲୁକୁ ଦ୍ବୀପ ନିକଟ ସମୁଦ୍ର ଜଳରାଶି ମଧ୍ୟରେ ୭.୦ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ୟୁଏସ୍‌ ଜିଓଲୋଜିକାଲ୍ ସର୍ଭେ’ ରିପୋର୍ଟ କରିଛି। ଏଥିଯୋଗୁଁ ସୁନାମି ଆସିପାରେ ବୋଲି ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ପୂର୍ବାଞ୍ଚଳ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍‌ମାହେରା ଦ୍ବୀପଠାରୁ ୧୫୦ କିଲୋମିଟର୍‌ ଦୂର ଭୂଗର୍ଭର ୪୮ କିଲୋମିଟର୍‌ ଅଭ୍ୟନ୍ତରରେ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିବା କଥା ଜଣାପଡ଼ିଛି।

ଭୂମିକମ୍ପ ସଂଘଠିତ ହେବା ପରେ ହାୱାଇସ୍ଥିତ ‘ଏନ୍‌ଡବ୍ଲୁଏସ୍‌ ପାସିଫିକ୍‌ ସୁନାମି ୱାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌’ କହିଛି, ଭୂମିକମ୍ପର ଉତ୍ପତ୍ତିସ୍ଥଳର ୩୦୦ କିଲୋମିଟର୍‌ ମଧ୍ୟରେ ଅବସ୍ଥିତ ଉପକୂଳରେ ବିପଜ୍ଜନକ ସୁନାମି ତରଙ୍ଗ ଆସିବାର ସମ୍ଭାବନା ରହିଛି।

ଭୂମିକମ୍ପ ପରବର୍ତ୍ତୀ କମ୍ପନ ଅନୁଭୂତ ହେବାର ସମ୍ଭାବନା ଥିବା କଥା ମଧ୍ୟ ଇଣ୍ଡୋନେସିଆର ‘ମେଟେଓରୋଲୋଜି, କ୍ଲାଇମାଟୋଲୋଜି ଆଣ୍ଡ୍‌ ଜିଓଫିଜିକ୍ସ୍‌ ଏଜେନ୍‌ସି’ ସତର୍କ କରାଇ ଦେଇଛି। ସ୍ଥାନୀୟ ସମୟ ଅପରାହ୍ଣ ୧.୦୬ରେ ସଙ୍ଘଠିତ ଉକ୍ତ ଭୂମିକମ୍ପର ତୀବ୍ରତା ୭.୨ ଥିବା କଥା ରିକ୍ଟର୍‌ସ୍କେଲ୍‌ରୁ ତଥ୍ୟ ସଂଗ୍ରହ କରି ‘ୟୁଏସ୍‌ଜିଏସ୍’ ‌ରିପୋର୍ଟ କରିଛି।

Related Articles

Back to top button