୭ମ ଅପରେଶନ ଦୋସ୍ତ ଫ୍ଲାଇଟ ସିରିଆରେ ପହଞ୍ଚିଲା

ଦାମସକସ: ତୁର୍କୀ ଏବଂ ସିରିଆରେ ଘଟିଥିବା ଭୟଙ୍କର ଭୂକମ୍ପରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଯଥାସମ୍ଭବ ଉଦ୍ୟମ କରୁଛି। ଅସୁବିଧା ସମୟରେ ‘ଅପରେଶନ ଦୋସ୍ତ’ଷ୍ଟ ଅଭିଯାନ ଭାରତ ଦ୍ୱାରା ପରିଚାଳିତ ହେଉଛି।

ଭାରତର ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତୁର୍କୀ ଏବଂ ସିରିଆରେ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭାରତରୁ ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଏହି ସମୟରେ ‘ଅପରେଶନ ଦୋସ୍ତ’ ଅଧୀନରେ ଭାରତର ସପ୍ତମ ବିମାନ ସିରିଆରେ ପହଞ୍ଚିଛି।

୨୩ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ, ଚିକିତ୍ସା ସହାୟତା ଏବଂ ଗୁରୁତର ଚିକିତ୍ସା ସୁବିଧା ନେଇଥିବା ବାୟୁସେନା ବିମାନକୁ ସ୍ଥାନୀୟ ପ୍ରଶାସନ ସ୍ବାଗତ କରିଛନ୍ତି। ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗ୍‌ଚି ଟୁଇଟ୍‌ କରି କହିଛନ୍ତି, ୭ମ ‘ଅପରେଶନ ଦୋସ୍ତ’ ବିମାନ ସିରିଆରେ ୨୩ ଟନ୍‌ରୁ ଅଧିକ ରିଲିଫ ସାମଗ୍ରୀ ସହିତ ଜେନସେଟ, ସୌର ଲ୍ୟାମ୍ପ, ଜରୁରିକାଳୀନ ତଥା ଗୁରୁତର ଚିକିତ୍ସା ଔଷଧ ଏବଂ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ସହିତ ସିରିଆରେ ପହଞ୍ଚିଛି।

Related Articles

Back to top button