ଆଫଗାନିସ୍ତାନରେ ବଡ଼ ଭୂକମ୍ପ : ଚାଲିଗଲା ୧୪ ଜୀବନ

ଆଫଗାନିସ୍ତାନରେ ଏକ ବଡ଼ ଭୂକମ୍ପ ଘଟିଛି। ଏହି ଭୂକମ୍ପ ଯୋଗୁଁ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 78 ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା 6.3 ରେ ଥିଲା |ଭୁଶୁଡି ପଡିଥିବା କୋଠା ଭିତରେ ଅନେକ ଲୋକଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏପର୍ଯ୍ୟନ୍ତ ମୃତ୍ୟୁର ଠିକ ଭାବରେ ଆକଳନ କରାଯାଇ ନାହିଁ ।

ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳି ହେରାତ ଠାରୁ 40 କିଲୋମିଟର (25 ମାଇଲ) ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏବଂ ଏହା ପରେ 5.5, 4.7, 6.3, 5.9 ଏବଂ 4.6 ତୀବ୍ରତାରେ ୫ ଟି ଭୂକମ୍ପ ଆସିଥିଲା । ଭୂକମ୍ପର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ନିଜ ଘର ଏବଂ ଅଫିସ୍ କୋଠା ଭିତରୁ ବାହାରି ଆସିଥିଲେ।

Related Articles

Back to top button