ଆଜି ଆକାଶରେ ଦେଖାଯିବ ଏକ ନୀଳ ଚନ୍ଦ୍ର

ଆଜି ଆକାଶରେ ଦେଖାଯିବ ଏକ ନୀଳ ଚନ୍ଦ୍ର। ସାଧାରଣ ପୂର୍ଣ୍ଣିମା ଜହ୍ନଠାରୁ ଏହା ୨୫ପ୍ରତିଶତ ଉଜ୍ଜ୍ୱଳ ଓ ୧୦ପ୍ରତିଶତ ଦେଖାଯିବ ବଡ। ଆକାଶ ମେଘମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖି ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମର ପୂର୍ବତନ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ଦେଇଛନ୍ତି ସୂଚନା। ନୀଳଜହ୍ନ ଦୁଇ ପ୍ରକାର। ପ୍ରଥମଟି ହେଲା ଯଦି କୌଣସି ଇଂରାଜୀ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡେ ତେବେ ଦ୍ବିତୀୟ ପୂର୍ଣ୍ଣିମାରେ ଦେଖାଯାଉଥିବା ଜହ୍ନକୁ ନୀଳ ଜହ୍ନ ରୂପେ ନାମିତ କରାଯାଇଥାଏ। ସେହିପରି ଯଦି ଗୋଟିଏ ଋତୁରେ ଅର୍ଥାତ ୩ ମାସରେ ୪ଟି ପୂର୍ଣ୍ଣିମା ପଡିଥାଏ ତେବେ ତୃତୀୟ ପୂର୍ଣ୍ଣିମାରେ ଦେଖାଯାଉଥିବା ଜହ୍ନକୁ ନୀଳଜହ୍ନ ବୋଲି କୁହାଯାଇଥାଏ।

Related Articles

Back to top button