ହଠାତ୍ ଭୁଷୁଡି ପଡିଲା ପାହାଡ଼: ଚାଲିଗଲା ୩୪ରୁ ଉର୍ଦ୍ଧ୍ବ ଜୀବନ

କଲମ୍ବିଆର କୁଡିବୋ ଏବଂ ମେଡେଲିନ୍ ସହରକୁ ସଂଯୋଗ କରୁଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଭୂସ୍ଖଳନ ହୋଇଛି। ଏଥିରେ ୩୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଜଣ ମୃତକଙ୍କ ପରିଚୟ ମିଳିପାରିଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ମଧ୍ୟ କୁହାଯାଉଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରାସ୍ତାରେ ଗାଡି ମଟର ଚଳପ୍ରଚଳ କରୁଥିବା ସମୟରେ ହଠାତ୍ ପାହାଡ ଭୁଶୁଡି ପଡିଥିଲା। ଯେଉଁଥିରେ ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂସ୍ଖଳନର କାରଣ ଜଣାପଡିନାହିଁ । ତେବେ କିଛି ଦିନ ହେବ କଲମ୍ବିଆରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Related Articles

Back to top button