ଆଖି ଡୋଳା ବାହାର କରି ଗିନିଜ୍ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ

ଦୁନିଆରେ ନାଁ କମାଇବା ସେତେଟା ସହଜ ନୁହେଁ। ପୁଣି ବିଶ୍ଵ ରେକର୍ଡ କରିବା ତାଠୁ ଆହୁରି ମୁସ୍କିଲ। କିନ୍ତୁ ଅନେକ ସମୟରେ କିଛି ଭିନ୍ନ ତଥା ଅଦ୍ଭୁତ କାମ କରିବା  ସଫଳତା ଆଣିଦେଇଥାଏ। ଏହି ଅଦ୍ଭୁତ କାରନାମା ଆପଣଙ୍କ କାମକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ। ଜଣେ ଏଭଳି ବ୍ୟକ୍ତି ଅଛନ୍ତି ଯାହାଙ୍କୁ ପ୍ରକୃତି ଏମିତି ଆଖି ଦେଇଛି, ଯାହାର ବ୍ୟବହାର କରି ସେ କେବଳ ଯେ ଲୋକଙ୍କୁ ଡରାଉନାହାଁନ୍ତି, ବରଂ ତାଙ୍କର ଏହି ଆଖି ପାଇଁ ତାଙ୍କୁ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଛି।

ସିଡନୀ ଡେ କାର୍ବୋଲ୍ହୋ ନିଜ ଆଖି ଡୋଳାକୁ ସଂପୂର୍ଣ୍ଣ ଭାବରେ ବାହାରକୁ ବାହାର କରିପାରନ୍ତି। ଯାହାକୁ ଦେଖିଲେ ହୁଏତ କେହିବି ଡରିଯିବେ। ଆଖିଡୋଳାକୁ ଭୟାନକ ଭାବରେ ବାହାରକୁ ବାହାର କରି ସେ କେବଳ ଲୋକଙ୍କୁ ଧ୍ୟାନ ଆକର୍ଷଣ କରିନଥାନ୍ତି ବରଂ ଏଥିପାଇଁ ଗିନିଜ୍  ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସିଡନୀ ନିଜ ଆଖିକୁ ଏତେ ଅଧିକ କାଢ଼ିପାରନ୍ତି ଯାହା ସାଧାରଣ ଲୋକଙ୍କ ପାଇଁ ସହଜ ନୁହେଁ।  ତାଙ୍କର ଏହି ପ୍ରତିଭା ଯୋଗୁଁ ଏବେ ତାଙ୍କୁ ଗିନିଜ୍ ଓ୍ବାର୍ଲ୍ଡ ରେକର୍ଡରେ ସ୍ଥାନ ମିଳିଛି।

ସିଡନୀଙ୍କ ଅନୁଯାୟୀ, ତାଙ୍କର ଏହି କୌଶଳ ଏକ ଉପହାର। ସେ କହିଛନ୍ତି ଯେ, ସେ ନିଜ ଚେହେରାର ମାଂସପେଶୀର ବ୍ୟବହାର କରି ଆଖି ଡୋଳାକୁ ବାହାରକୁ ବାହାର କରିବାର ଅଦ୍ଭୁତ କାରନାମା କରିଥାନ୍ତି। ସିଡନୀ ଆଖି ଡୋଳାକୁ ୧.୮ ସେମି ପର୍ଯ୍ୟନ୍ତ ବାହାରକୁ ବାହାର କରିପାରନ୍ତି। ବିଶ୍ବ ରେକର୍ଡରେ ସ୍ଥାନ ପାଇବାକୁ ନେଇ ସେ କହିଛନ୍ତି ଯେ, ଏହା ସ୍ବପ୍ନ ସତ ହେବା ପରି।

Related Articles

Back to top button