ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଅବଦୁଲ ଅଜିଜ ଏସାର ନିହତ

ପାକିସ୍ତାନରେ ନିହତ ହୋଇଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ଅବଦୁଲ ଅଜିଜ ଏସାର। ସନ୍ଦିଗ୍ଧ ଅବସ୍ଥାରେ ଅଜିଜର ମୃତଦେହ ତା’ର ଜଣେ ସହଯୋଗୀ ଦ୍ଵାରା ଠାବ ହୋଇଛି। ଅଜିଜକୁ ଗୁଳି କରି ହତ୍ୟା କରାଯାଇଥିବା କୁହାଯାଉଛି। କିନ୍ତୁ ଜୈଶ ସଂଗଠନ ସାମାଜିକ ଗଣମାଧ୍ୟମରେ ଗୁଳି କରାଯିବା ତଥ୍ୟକୁ ଖଣ୍ଡନ କରିଛି।ଅଜିଜ ସବୁବେଳେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲା। ପ୍ରତ୍ୟକ ଭାଷଣରେ ସେ ଭାରତ ବିରୋଧରେ ଲୋକଙ୍କୁ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଉଥିଲା।

Related Articles

Back to top button