ଆଫଗାନିସ୍ତାନ ଭୂମିକମ୍ପରେ ୨୦୦୦ ଟପିଲାଣି ମୃତକଙ୍କ ସଂଖ୍ୟା

ମୃତ୍ୟର ବିଭିଷିକା ରଚିଛି ଆଫଗାନ ଭୂକମ୍ପ । ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ ୨୦୫୩ ଛୁଇଁଲାଣି ମୃତ୍ୟୁ ସଂଖ୍ୟା । ମୃତକଙ୍କ ସଂଖ୍ୟା ଆହୁରି ଅଧିକ ବଢ଼ିପାରେ। ସେହିପରି ପାଖାପାଖି ୬୦୦ ଘର ଭୁଷୁଡ଼ିଛି ଆଉ ୧୨ଟି ଗାଁ ପ୍ରଭାବିତ ହୋଇଛି । ମାଟି ତଳୁ ଖୋଜା ଚାଲିଛି ଜୀବନର ସନ୍ଧାନ । ରେସ୍କ୍ୟୁ ଅପରେସନ ଜୋରଦାର ଚାଲିଛି।

ଆଫଗାନିସ୍ତାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ମୁଖପାତ୍ର ଅବ୍ଦୁଲ୍ ୱହିଦ୍ ରେୟାନ୍ କହିଛନ୍ତି, ମୂଳ ରିପୋର୍ଟରେ ଯାହା ଉଲ୍ଲେଖ ଅଛି ବାସ୍ତବ ମୃତ୍ୟୁସଂଖ୍ୟା ତା’ଠାରୁ ଢେର୍ ଅଧିକ । ପ୍ରାୟ ୧୨ଟି ଗାଁ ଧ୍ବଂସ ହୋଇଯାଇଛି ଓ ଅସଂଖ୍ୟ ସାଧାରଣ ଜନତା ଭଗ୍ନସ୍ତୁପ ରେ ପୋତି ହୋଇ ପଡ଼ିଛନ୍ତି। ଆମେ ଜରୁରୀ ସହାୟତା ଲୋଡୁଛୁ । ସୁରକ୍ଷା ଏଜେନ୍ସୀ ଭଗ୍ନସ୍ତୁପ ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସାହାଯ୍ୟ ମାଗିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆହତଙ୍କୁ ହସପିଟାଲ ପହଞ୍ଚାଇବା ପାଇଁ ୧୨ଟି ଆମ୍ବୁଲାନ୍ସ ପଠାଇଛି । ଟେଲିଫୋନ ଲାଇନ ଠପ୍‌ ଦେବା ଯୋଗୁଁ ସଠିକ ସୂଚନା ମିଳିପାରୁନାହିଁ ।

Related Articles

Back to top button