କାବୁଲର ମସ୍‌ଜିଦ୍‌ରେ ବିସ୍ଫୋରଣ; ୨୦ ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

କାବୁଲ: ଆଫଗାନିସ୍ତାନର କାବୁଲରେ ବୋମା ବିସ୍ଫୋରଣ ହୋଇଛି । ଏହି ବୋମା ବିସ୍ଫୋରଣ ଏକ ମସଜିଦରେ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି, ଯେଉଁଥିରେ କି ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪୦ ଲୋକ ଆହତ ଥିବା ଜଣାପଡ଼ିଛି । କାବୁଲର ଜରୁରୀକାଳୀନ ହସ୍‌ପିଟାଲରେ ୨୭ ଜଣଙ୍କୁ ଭର୍ତ୍ତି କରାଯାଇଛି, ଯେଉଁଥରେ ୫ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି ।

ବୋମା ବିସ୍ଫୋରଣ ହୋଇଥିବା ସ୍ଥାନକୁ ତାଲିବାନ ସୁରକ୍ଷାକର୍ମୀମାନେ ଘେରାବନ୍ଦି କରିଛନ୍ତି । ଆହତମାନଙ୍କୁ ଭିନ୍ନ ଭିନ୍ନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, କାବୁଲ ସହରର ସର-ଏ-କୋଟଲା ଖୈରଖାନରେ ଏହି ବୋମା ବିସ୍ଫୋରଣ ହୋଇଛି । କାବୁଲର ସୁରକ୍ଷା ବିଭାଗ ଖାଲିଦ ଜରଦାନ ଏହି ବିସ୍ଫୋରଣ ନେଇ ସ୍ପଷ୍ଟ କରିଛନ୍ତି ।

ତେବେ ବିସ୍ଫୋରଣ ନେଇ ବର୍ତ୍ତମାନ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ମାତ୍ର ଗତମାସରେ ଏହି ଭାବେ ଏକାଧିକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ କି ମସଜିଦକୁ ଟାର୍ଗେଟ କରାଯାଇଥିଲା । ସେଥିରେ ଗୋଟିଏ ନୂଆ କଥା ଥିଲା ଯେ, ଶିୟା ମସଜିଦକୁ ଆତଙ୍କବାଦୀ ସଂଗଠନ ଦ୍ୱାରା ଟାର୍ଗେଟ କରାଯାଇଥିଲା । କିନ୍ତୁ ବୁଧବାର ହୋଇଥିବା ବିସ୍ଫୋରଣ ଅଞ୍ଚଳରେ ଶିୟା ମୁସଲିମ ସଂପ୍ରଦାୟର ଲୋକେ ରହୁନାହାନ୍ତି ।

Related Articles

Back to top button