ଆମେରିକାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୦୦୦ରୁ ଅଧିକ ଉଡାଣ ବିଳମ୍ବ

ନ୍ୟୁୟର୍କ: ଆମେରିକାରେ ଏୟାର ସିଷ୍ଟମ ସେବା ସମ୍ପୂର୍ଣ୍ଣ ଭାବେ ଠପ୍‌ ହୋଇଯିବାରୁ ୧୦୦୦ରୁ ଅଧିକ ବିମାନ ଉଡାଣ ବିଳମ୍ବ ହୋଇଥିବା ସୂଚନା ମିଳିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ହୋଇଥିବା ସୂଚନା ମିଳିଛି ।

ଆମେରିକାର ବିମାନ ଉଡାଣରେ ସାମିଲ ଫାଏଏ ସିଷ୍ଟମ୍‌ରେ ଗଡବଡି ହୋଇଥିଲା । ଏହାକୁ ଫେଡେରାଲ୍‌ ଏଭିଏସନ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍‌ ସିଷ୍ଟମ୍‌ କୁହାଯାଇଥାଏ । ଏଥିଯୋଗୁଁ ଏକ ହଜାରରୁ ଅଧିକ ଉଡାଣ ବିଳମ୍ବ ହୋଇଥିଲା । ଏହା ବିମାନର ଗତିବିଧି ସହ ଏହାର ଉଡାଣ ସମୟ ତଥା ଅନ୍ୟ ତଥ୍ୟ ଉପରେ ସୂଚନା ଦେଇଥାଏ । ଏହା ଖରାପ ହୋଇଯିବାରୁ ଅନେକ ବିମାନ ବନ୍ଦରରେ ବିମାନ ସେବା ବିଳମ୍ବିତ ହୋଇଥିଲା । ବିମାନ ଉଡଣା କର୍ତ୍ତୃପକ୍ଷ ଏହାକୁ ଠିକ୍‌ କରିବା ପାଇଁ ପ୍ରାୟାସ କରୁଥିବା ସମ୍ବାଦ ସରୋବରାହ ସଂସ୍ଥା ରଏଟର ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Back to top button