ବେଲାରୁଷର ମାନବାଧିକାର କର୍ମୀ, ରୁଷିଆ-ୟୁକ୍ରେନର ୨ ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର
ଷ୍ଟକହୋମ: ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା ହୋଇ ସାରିଛି । ଏଥର ଜଣେ ବ୍ୟକ୍ତି ଓ ଦୁଇଟି ସଂସ୍ଥାକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ବେଲାରୁଷର ମାନବାଧିକାର କର୍ମୀ ଏଲେସ ବିୟାଲିୟାତ୍ସକିଙ୍କ ବ୍ୟତୀତ ଦୁଇଟି ସଂସ୍ଥା ମେମୋରିୟାଲ ଓ ସେଣ୍ଟର ଫର ସିଭିଲ ଲିବର୍ଟିଜଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ ।
BREAKING NEWS:
The Norwegian Nobel Committee has decided to award the 2022 #NobelPeacePrize to human rights advocate Ales Bialiatski from Belarus, the Russian human rights organisation Memorial and the Ukrainian human rights organisation Center for Civil Liberties. #NobelPrize pic.twitter.com/9YBdkJpDLU— The Nobel Prize (@NobelPrize) October 7, 2022
ନୋବେଲ ଫାଉଣ୍ଡେଶନ ଅନୁଯାୟୀ, ଏହି ଶାନ୍ତି ପୁରସ୍କାର ବିଜେତାମାନେ ଯୁଦ୍ଧ ଅପରାଧ, ମାନବିକ ଅଧିକାରର ଉଲ୍ଲଂଘନ ଏବଂ କ୍ଷମତାର ଅପବ୍ୟବହାରକୁ ଦଲିଲ କରିବାକୁ ଏକ ଉତ୍କୃଷ୍ଟ ପ୍ରୟାସ କରିଛନ୍ତି । ଏହାସହ ଶାନ୍ତି ଓ ଗଣତନ୍ତ୍ରର ସ୍ଥାପନା ପାଇଁ ନାଗରିକ ସମାଜର ଗୁରୁତ୍ୱ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଜେତାମାନେ ସମାଲୋଚନାର ଅଧିକାର ତଥା ନିଜ ଦେଶରେ ଲୋକଙ୍କ ମୌଳିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ଓକିଲାତି କରିଛନ୍ତି ।