
୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ଇ-କମର୍ସ କମ୍ପାନୀ ଆମାଜନ
ଓ୍ବାଶିଂଟନ୍: ଇ-କମର୍ସ କମ୍ପାନୀ ଆମାଜନ ୧୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାର ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବାକୁ କମ୍ପାନୀ ଏହି ପଦକ୍ଷେପ ନେଉଛି।
କମ୍ପାନୀର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ଆଣ୍ଡି ଜାସି କର୍ମଚାରୀଙ୍କୁ ପଠାଯାଇଥିବା ଏକ ନୋଟରେ କହିଛନ୍ତି, ପ୍ରଭାବିତ କର୍ମଚାରୀଙ୍କୁ ଜାନୁଆରୀ ୧୮ରୁ ଏନେଇ ସୂଚନା ଦିଆଯିବ। କର୍ମଚାରୀଙ୍କୁ ହଟାଇବା ଆମ ପାଇଁ କଷ୍ଟକର ଏବଂ ଏହି ନିଷ୍ପତ୍ତିଗୁଡ଼ିକୁ ହାଲୁକା ଭାବେ ଗ୍ରହଣ କରୁନାହୁଁ। ଯେଉଁମାନେ ପ୍ରଭାବିତ ହେବେ ସେମାନଙ୍କୁ ସହାୟତା କରିବା ପାଇଁ ଆମେ କାର୍ଯ୍ୟ କରୁଛୁ ଏବଂ ଏକ ପ୍ୟାକେଜ ପ୍ରଦାନ କରୁଛୁ। ଯେଉଁଥିରେ ଅଲଗା ଦେୟ, ସ୍ବାାସ୍ଥ୍ୟ ବୀମା ସୁବିଧା ଏବଂ ବାହ୍ୟ ଚାକିରି ସ୍ଥାନିତ ସହାୟତା ସାମିଲ ଅଛି।