ଧାନ କ୍ଷେତରେ ଟ୍ରାକ୍ଟରରେ ହଳ କଲେ ଧୋନି

ଧାନ କ୍ଷେତରେ ହଳ କଲେ ଧୋନି । ଟ୍ରାକ୍ଟର ଚଳାଇ କ୍ଷେତ ଚଷୀଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ଆଉ ଯାହାର ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅନ୍ୟପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୋସିଆଲ ମିଡିଆରେ ଏବେ ସକ୍ରିୟ ରହିଛନ୍ତି ଧୋନି । କାରଣ ଦୀର୍ଘ ୨ ବର୍ଷ ପରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଧୋନି । ଯାହା ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସିଛି ।

ଏହି ଭିଡିଓରେ ସେ ଟ୍ରାକ୍ଟର ଚଳାଉଛନ୍ତି । କ୍ଷେତ୍ରରେ ପୁରା ଅଭିଜ୍ଞ ଚାଳକଙ୍କ ଭଳି ଧୋନି ଟ୍ରାକ୍ଟର ଚଳାଉଛନ୍ତି । ତାଙ୍କ ସହ ଟ୍ରାକ୍ଟରରେ ଆଉ କିଛି ଲୋକ ମଧ୍ୟ ବସିଛନ୍ତି । ନିଜ ଇନଷ୍ଟ୍ରାଗ୍ରାମରେ ଭିଡିଓ ସେୟାର କରି ମାହି ଲେଖିଛନ୍ତି ଯେ, ନୂଆ କିଛି ଶିଖିବା ସବୁବେଳେ ଏକ ମଜାଦାର ଅନୁଭୂତି । ହେଲେ ଏହି କାମ ସାରିବାକୁ ବହୁ ସମୟ ଲାଗିଲା ବୋଲି ସେ ଲେଖିଛନ୍ତି ।

Related Articles

Back to top button