ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ୍, ଟ୍ୱିଟରରେ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ବେଳେବେଳେ ଟ୍ରାଫିକ୍ ଜାମରେ ଫସିଥିଲେ କିମ୍ବା କୈାଣସି ସ୍ଥାନକୁ ଜଲଦି ଯିବାର ଥିଲେ, ମନରେ ଧାରଣା ଆସେ ଯଦି ଆମ ପାଖରେ ଫ୍ଲାଇଙ୍ଗ୍ ବାଇକ୍ କିମ୍ବା କାର୍ ଥାନ୍ତା ସତରେ କେତେ ଭଲ ହୁଅନ୍ତା  । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ସ୍ୱପ୍ନରେ ଭାବୁଥିବା କଥା ଏବେ ସତ ହୋଇଛି । ଜାପାନର ଏକ କମ୍ପାନୀ ଏହି ଧାରଣାକୁ ବାସ୍ତବ ରୂପ ଦେଇଛି । ଏହାକୁ ନିର୍ମାଣ କରିଛି ଜାପାନର ଏୟାରଓ୍ଵିନ୍ସ୍ ଟେକ୍ନୋଲୋଜି ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି । ସମସ୍ତଙ୍କୁ ଚକିତ କରି ସଫଳତାର ସହ ନିର୍ମାଣ ହୋଇଛି ଉଡ଼ନ୍ତା ବାଇକ୍। ଏହାକୁ ଦୁନିଆର ପ୍ରଥମ ଉଡ଼ନ୍ତା ବାଇକ୍ ବୋଲି ଦାବି କରିଛି କମ୍ପାନି।

ଜାପାନରେ ଏୟାରଓ୍ଵିନ୍ସ୍ କମ୍ପାନି ଏହି ବାଇକ୍ ଲଞ୍ଚ କରିଛି । ଏହାର ଏକ କମ୍ପାନୀ ଆମେରିକାରରେ ମଧ୍ୟ ଲଞ୍ଚ କରାଯାଇଛି। ସେଠାରେ ଏହାର ମୂଲ୍ୟ ପ୍ରାୟ ୮ ଲକ୍ଷ ଡଲାର ରହିଛି । ଭାରତୀୟ ମୂଲ୍ୟରେ ପ୍ରାୟ ସାଢ଼େ ଛଅ କୋଟି ଟଙ୍କା ହେବ। ଭିଡିଓରେ ବାଇକର ପରୀକ୍ଷଣ ସମୟର ଦୃଶ୍ୟ ଦେଖାଯାଇଛି । ବାଇକ୍ ୪୦ ମିନିଟ୍ ପାଇଁ ପବନରେ ଉଡ଼ିବାରେ ସକ୍ଷମ ରଖୁଥିବା ବେଳେ ଏହାର ବେଗ ଘଣ୍ଟା ପ୍ରତି ୧୦୦ କିଲୋମିଟର ରହିଛି । ୩୦୦ କିଲୋଗ୍ରାମର ଏହି ବାଇକର ଲମ୍ବ ୩.୭ ମିଟର, ମୋଟେଇ ୨.୪ ମିଟର ଏବଂ ଉଚ୍ଚତା ୧.୫ ମିଟର ରହିଛି । ଏହା ପାଖାପାଖି ୧୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ଉଠାଇବାକୁ ସକ୍ଷମ । ଅଫିସିଆଲ୍ ୱେବସାଇଟରେ ଏହାର ଅଫିସିଆଲ୍ ବୁକିଂ ମଧ୍ୟ ଆରମ୍ଭ ହୋଇଛି। ଏହି ବାଇକ୍ ତିନିଟି ରଙ୍ଗରେ ଉପଲବ୍ଧ ରହିଛି  । ଯାହା ଲାଲ୍, କଳା ଏବଂ ନୀଳ ରଙ୍ଗର ।

ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହି ଉଡ଼ନ୍ତା ବାଇକର ଭିଡିଓ  ନିଜ ଟୁଇଟର ହ୍ୟାଣ୍ଡଲରେ ସେୟାର କରି  କ୍ୟାପସନରେ ଲେଖିଛନ୍ତି , ଉଡ଼ୁଥିବା ବାଇକର ମୁଲ୍ୟ ପ୍ରାୟ ୮୦୦ ହଜାର ଆମେରିକୀୟ ଡଲାର୍ ହେବ । ଏହା ମୁଖ୍ୟତଃ ବିଶ୍ୱର ସମସ୍ତ ପୋଲିସ୍ ମାନଙ୍କ ପାଇଁ।’ ଏହି ଭିଡିଓ ସେପ୍ଟେମ୍ବର ୨୦୨୨ରେ ରଏଟର୍ସ ଦ୍ୱାରା ପୋଷ୍ଟ କରାଯାଇଥିଲା।

Related Articles

Back to top button