ୟୁଏସ ଡଲାରରେ ସ୍ଥାନ ପାଇବ ଏସିଆ-ଆମେରିକୀୟ ଅଭିନେତ୍ରୀ ଅନ୍ନା ୱଙ୍ଗଙ୍କ ଫଟୋ

ଆମେରିକୀୟ ମୁଦ୍ରା ଡଲାର ଉପରେ ଖୁବଶୀଘ୍ର ଜଣେ ଅଭିନେତ୍ରୀଙ୍କ ଫଟୋ ସ୍ଥାନ ପାଇବ । ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଯେଉଁ ଅଭିନେତ୍ରୀଙ୍କ ଫଟୋ ସ୍ଥାନ ପାଇବ ତାଙ୍କର ଏସିଆ ମହାଦେଶ ସହ ଘନିଷ୍ଠ ସମ୍ପର୍କ । ଦିବଙ୍ଗତ ହଲିଉଡ ଅଭିନେତ୍ରା ଏବଂ ଫେସନ ଆଇକନ ଅନ୍ନା ମେ ୱଙ୍ଗ ଆମେରିକୀୟ ଡାଲର ଉପରେ ସ୍ଥାନ ପାଇବାରେ ପ୍ରଥମ ଏସିଆ-ଆମେରିକୀୟ ହେବାକୁ ଯାଉଛନ୍ତି । ଆମେରିକୀୟ ଡଲାରର ଏକ ଚତୁର୍ଥାଂଶ ମୁଦ୍ରା (କ୍ୱାର୍ଟର ଡଲାର) ଉପରେ ଦିବଙ୍ଗତ ଅଭିନେତ୍ରୀଙ୍କ ଚିତ୍ର ସ୍ଥାନ ପାଇବ । କ୍ୱାର୍ଟର ଏକ ଆମେରିକୀୟ ମୁଦ୍ରା ଯାହାର ମୂଲ୍ୟ ୨୫ ସେଣ୍ଟ ଅର୍ଥାତ ଗୋଟିଏ ଡଲାରର ଏକ ଚତୁର୍ଥାଂଶ । ଆମେରିକୀୟ ଟକସାଲ(ମିଣ୍ଟ) ଏହି ସୂଚନା ଦେଇଛି।

ଅନ୍ନା ୱଙ୍ଗଙ୍କ ଜନ୍ମ ଲସ ଏଞ୍ଜିଲସରେ ହୋଇଥିଲା । ତାଙ୍କ ବାପା-ମାଆ ଚୀନୀ ପ୍ରବାସୀ ଥିଲେ। ଜନ୍ମ ସମୟରେ ଅନ୍ନା ୱଙ୍ଗଙ୍କ ନାଁ ଲିୟୁ ସିଆଙ୍ଗୋ ଥିଲା । ୧୪ ବର୍ଷ ବସୟରେ ଦ ରେଡ୍ ଲେଟର୍ଣ୍ଣରେ ଏକ ସହ ଅଭିନେତ୍ରୀ ଭାବେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ତିନି ବର୍ଷରେ ସମୀକ୍ଷକଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏହାପରେ ସେ ପ୍ରଥମ ଟେକ୍ନିକଲର ଫିଲ୍ମ ମଧ୍ୟରୁ ଗୋଟିଏ, ଦ ଟୋଲ ଅଫ ଦ ସିରେ ମୁଖ୍ୟ କଳାକାର ଭୂମିକା ଗ୍ରହଣ କରିଥିଲେ ।

Related Articles

Back to top button