ବସ୍ ଖାଇକୁ ଖସି ଗଲା ୨୯ ଜଣଙ୍କର ଜୀବନ 

ଗତ ୨୧ ତାରିଖରେ ଇରାନରେ ଏକ ବସ୍ ଓଲଟି ୩୦ରୁ ଅଧିକ ପାକିସ୍ତାନୀ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ୨୦ରୁ ଅଧିକ ଆହତ ହୋଇଥିଲେ । ତେବେ ୪ ଦିନ ନ ପୂରୁଣୁ ପୁଣି ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଗୋଟିଏ ବସ୍ ଏକ ଖାଇ ମଧ୍ୟକୁ ଖସି ପଡ଼ିବା ଫଳରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି । ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ପାକିସ୍ତାନର ପଞ୍ଜାବ ରାଜ୍ୟରେ ଏହି ଭୟଙ୍କର ଅଘଟଣ ଘଟିଛି ।ଖବରରୁ ଜଣାପଡ଼ିଛି ଯେ, ପଞ୍ଜାମ ରାଜ୍ୟରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଘାଇ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ ବସରେ ଯାତ୍ରା କରୁଥିବା ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା । ବସରେ ୩୦ ଜଣ ଲୋକ ରହିଥିଲେ ଓ ତାହା ହବେଲୀ କହୁଟାରୁ ରାୱଲପିଣ୍ଡି ଅଭିମୂଖେ ଯାଉଥିଲା ବୋଲି ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ କୁହାଯାଇଛି । ଏହି ଦୁର୍ଘଟଣା ପାନା ପୁଲ ନିକଟରେ ଘଟିଥିଲା ବୋଲି କୁହାଯାଇଛି । ତେବେ ଦୁର୍ଘଟଣାର କାରଣ ବିଷୟରେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Related Articles

Back to top button