
ଟ୍ରମ୍ପଙ୍କ ଚାପ ପରେ ବି ଭାରତରେ ୧.୫ ଡଲାରର କାରଖାନା ନିର୍ମାଣ କରିବ ଆପଲ୍
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆପଲର ସିଇଓ ଟିମ୍ କୁକଙ୍କୁ ‘ଭାରତରେ ପ୍ଲାଣ୍ଟ ନିର୍ମାଣ ନ କରିବା ପାଇଁ କହିବା ସ୍ୱତେ ବି ଆପଲ ଭାରତରେ ବଡ଼ ନିବେଶ କରିବାକୁ ଯାଉଛି। ଭାରତରେ ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ନିରନ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏବଂ ଏବେ ଆଉ ଏକ ବଡ଼ କମ୍ପାନୀ ଫକ୍ସକନ୍ ଏଥିରେ ଏକ ବିଶାଳ ନିବେଶ କରି ଏହାର ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିଛି। ଆପଲ୍ର ପ୍ରମୁଖ ଉତ୍ପାଦନ ଅଂଶୀଦାର ଫକ୍ସକନ୍ ତାମିଲନାଡୁର ଓରାଗାଡ଼ମ ପ୍ଲାଣ୍ଟରେ ଏକ ନୂଆ କମ୍ପୋନେଣ୍ଟ ଫ୍ୟାକ୍ଟ୍ରି ପାଇଁ ୧.୫ ବିଲିୟନ ଡଲାର (ପ୍ରାୟ ୧୨,୫୦୦ କୋଟି ଟଙ୍କା) ନିବେଶ କରୁଛି। ଏହି ପ୍ଲାଣ୍ଟ ତାମିଲନାଡୁରେ ହେବ ବୋଲି ଆଶା କରାଯାଉଛି, ଯେଉଁଠାରେ ଫକ୍ସକନର ଏକ ପ୍ରମୁଖ ଆଇଫୋନ୍ ଉତ୍ପାଦନ ଆଧାର ମଧ୍ୟ ଅଛି। ପ୍ଲାଣ୍ଟ ଆଇଫୋନ୍ର ଡିସପ୍ଲେ ମଡ୍ୟୁଲ ତିଆରି କରିବ, ଯାହା ଫୋନ୍ର ସ୍କ୍ରିନ୍ ତଳେ ରହି ଟଚ୍ ଇଣ୍ଟରଫେସ, ଉଜ୍ଜ୍ୱଳତା ଓ ରଙ୍ଗର ଗୁଣବତ୍ତା ନିୟନ୍ତ୍ରଣ କରେ। ଏହା ଭାରତର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଏକ ବୃହତ୍ ନିବେଶ ହେବ ବୋଲି ଦୁଇ ଜଣ ଭାରତୀୟ ସରକାରୀ ଅଧିକାରୀ ଫାଇନାନ୍ସିଆଲ ଟାଇମ୍ସକୁ ସୂଚନା ଦେଇଛନ୍ତି।ଫକ୍ସକନ୍ ଏହି ନିବେଶ ସିଙ୍ଗାପୁରର ସହଯୋଗୀ କମ୍ପାନୀ ମାଧ୍ୟମରେ ତାମିଲନାଡୁର ଯୁଝାନ ଟେକ୍ନୋଲୋଜି ଇଣ୍ଡିଆରେ କରାଯାଉଛି, ଯାହା ଆଇଫୋନ୍ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ଏହି ପ୍ଲାଣ୍ଟ ୧୪,୦୦୦ ନୂଆ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଏହା ଆପଲ୍ର ଚୀନ ଉପରେ ନିର୍ଭରଶୀଳତା ହ୍ରାସ କରି ଭାରତକୁ ଏକ ବିକଳ୍ପ ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାର ରଣନୀତିର ଏକ ଅଂଶ। ଆମେରିକା-ଚୀନ ବାଣିଜ୍ୟ ଉତ୍ତେଜନା ଓ ଚୀନରୁ ଆମଦାନୀ ଉପରେ ଟ୍ରମ୍ପଙ୍କ ଟ୍ୟାରିଫ ହେତୁ ଆପଲ୍ ଏହି ପଦକ୍ଷେପ ନେଇଛି।
୨୦୨୪ରେ ଭାରତ ବିଶ୍ୱର ଆଇଫୋନ୍ ଉତ୍ପାଦନର ୧୮% ଅଂଶ ହାସଲ କରିଥିଲା ଏବଂ ୨୦୨୫ ସୁଦ୍ଧା ଏହା ୩୨%କୁ ବୃଦ୍ଧି ପାଇବ ବୋଲି କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁମାନ କରିଛି। ଆପଲ୍ ୨୦୨୫ ମାର୍ଚ୍ଚ ସୁଦ୍ଧା ଭାରତରେ ଽ୨୨ ବିଲିୟନ ମୂଲ୍ୟର ଆଇଫୋନ ଉତ୍ପାଦନ କରିଛି, ଯାହା ପୂର୍ବ ବର୍ଷ ତୁଳନାରେ ୬୦% ବୃଦ୍ଧି ପାଇଛି। ଆପଲ୍ ଆମେରିକାରେ ବିକ୍ରି ହେଉଥିବା ୬୦ ନିୟୁତ ଆଇଫୋନ୍କୁ ୨୦୨୬ ସୁଦ୍ଧା ଭାରତରୁ ଆମଦାନୀ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟତୀତ, ଫକ୍ସକନ୍ ଉତ୍ତରପ୍ରଦେଶରେ ଐଉଖ ଗ୍ରୁପ ସହିତ ଏକ ଽ୪୩୩ ମିଲିୟନର ସେମିକଣ୍ଡକ୍ଟର ପ୍ଲାଣ୍ଟ ପାଇଁ ମଞ୍ଜୁରୀ ପାଇଛି, ଯାହା ୨୦୨୭ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏହି ପ୍ଲାଣ୍ଟ ମାସିକ ୨୦,୦୦୦ ଓ୍ୱେଫର ଓ ୩୬ ମିଲିୟନ ଡିସପ୍ଲେ ଡ୍ରାଇଭର ଚିପ୍ ଉତ୍ପାଦନ କରିବ।ଟ୍ରମ୍ପ ଆପଲ୍ର ସିଇଓ ଟିମ୍ କୁକଙ୍କୁ ଭାରତରେ ପ୍ଲାଣ୍ଟ ନିର୍ମାଣ ବନ୍ଦ କରି ଆମେରିକାରେ ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ। କିନ୍ତୁ ଫକ୍ସକନ୍ ଏହି ନିବେଶ ଜାରି ରଖିଛି, ଯାହା ଭାରତର ‘ମେକ୍ ଇନ୍ ଇଣ୍ଡିଆ’ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରୁଛି।