ଅଷ୍ଟ୍ରେଲିଆର ଓ୍ବିଟେନମ ମାଇନିଂ ଟାଉନ ମାନଚିତ୍ରରୁ ହଟିଲା

ବିଭିନ୍ନ କାରଣରୁ ଦୁନିଆର ଅନେକ ସ୍ଥାନ ପ୍ରସିଦ୍ଧି ଲାଭ କରିଥାନ୍ତି। କେଉଁ ସ୍ଥାନ ସୌନ୍ଦର୍ଯ୍ୟ ପାଇଁ ତ ଆଉ କିଏ ତା’ର ଇତିହାସ ଯୋଗୁ ପ୍ରସିଦ୍ଧ ହୋଇଥାଏ। ଆଜି ଏମିତି ଏକ ସ୍ଥାନ ବିଷୟରେ କହିବୁ ଯାହା ବର୍ତ୍ତମାନ ଜନଶୂନ୍ୟ ହୋଇଯାଇଛି। ସରକାର ଏହି ଅଗଷ୍ଟ ୩୧ରେ ଏହାକୁ ମାନଚିତ୍ରରୁ ହଟାଇ ଦେଇଛନ୍ତି। ଲୋକଙ୍କୁ କୁହାଯାଇଥିଲା, ସମୟସୀମା ସୁଦ୍ଧା ସହରକୁ ଖାଲି କରିବାକୁ ପଡ଼ିବ। ଏହାର କାରଣ ହେଉଛି ବର୍ତ୍ତମାନ ଏହି ସ୍ଥାନ ମଣିଷମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ। ଏହାକୁ ସବୁଦିନ ପାଇଁ ଖାଲି କରି ଦିଆଯାଇଛି।

ଅଷ୍ଟ୍ରେଲିଆର ଓ୍ବିଟେନମ ମାଇନିଂ ଟାଉନ ଭାବରେ ଏହା ଜଣାଶୁଣା। ବର୍ତ୍ତମାନ ଏହାକୁ ଅଷ୍ଟ୍ରେଲିଆର ଚେର୍ନୋବିଲ କୁହାଯାଉଛି। ଏହି ସହରର ବାୟୁ ଏତେ ବିଷାକ୍ତ ହୋଇଯାଇଥିଲା ଯେ, ଏଠାରେ ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ିଥିଲା। ଏହି କାରଣରୁ ସମସ୍ତ ବାସିନ୍ଦାଙ୍କୁ ସହରରୁ ହଟାଇ ଦିଆଯାଇ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି।

ଓ୍ବିଟେନମ ବନ୍ଦ ଅଧିନିୟମ ଅନୁଯାୟୀ, ଅଗଷ୍ଟ ୩୧ ସୁଦ୍ଧା ଲୋକମାନେ ସହର ଖାଲି କରିବାକୁ ଏକ ନିର୍ଦ୍ଦେଶ ପାଇଥିଲେ। ଲୋକଙ୍କୁ ନିଜେ ସହର ଛାଡ଼ିବାକୁ ଚେତାବନୀ ଦିଆଯାଇଥିଲା। ୧୯୪୩ ପରଠାରୁ ଅନେକ ପରିବାର ଏହି ସହରରେ ବସବାସ କରିବା ଆରମ୍ଭ କରିଥିଲେ। ଏକ ଖଣି ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ ଲିକ୍‌ ହେଉଥିଲା। ଏହି କାରଣରୁ ଧୀରେ ଧୀରେ ଅନେକ ଲୋକ ପ୍ରାଣ ହରାଇଥିଲେ। କ୍ଷତି ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ୧୯୬୬ରେ ଓ୍ବିଟେନମ ଖଣି ବନ୍ଦ ହୋଇଯାଇଥିଲା। ଏଠାରେ ଖଣି ନିଷେଧ କରାଯାଇଥିଲା।

ସୂଚନାନୁସାରେ, ଏହି ଲୋକମାନେ ମଧ୍ୟ ଏହି ଅଞ୍ଚଳ ଖାଲି କରି ନ ଥିଲେ। ଫଳସ୍ବରୂପ, ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ପ୍ରାୟ ୨ ହଜାର ଲୋକ ପ୍ରାଣ ହରାଇଥିଲେ। ଅଧ୍ୟୟନ ଅନୁଯାୟୀ, ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ପ୍ରତ୍ୟେକ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ପରବର୍ତ୍ତୀ ସମୟରେ ୨୦୦୬ରେ, ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଥିଲେ ଯେ ଓ୍ବିଟେନମ ଟାଉନ ମ୍ୟାପ୍‌ରୁ ହଟାଇବେ। ଏହି ଆଦେଶ ୨୦୦୭ରେ ଲାଗୁ କରାଯାଇଥିଲା। ବର୍ତ୍ତମାନ ଅଗଷ୍ଟ ୩୧ ଅର୍ଥାତ୍‌ ବୁଧବାର ଏହି ସହରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

Related Articles

Back to top button