ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ବାଂଲାଦେଶ ପ୍ରଧାନ ବିଚାରପତି ଓବୈଦୁଲ ହସନ

ବାଂଲାଦେଶ ପ୍ରଧାନ ବିଚାରପତି ଓବୈଦୁଲ ହସନ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିକ୍ଷୋଭକାରୀମାନେ ଶନିବାର ସୁପ୍ରିମକୋର୍ଟ ଘେରାଉ କରିବା ସହିତ ତାଙ୍କୁ ପଦ ଛାଡ଼ିବାକୁ ୧ ଘଣ୍ଟା ସମୟ ଦେଇଥିଲେ। ଏହା ପରେ ଉପାୟଶୂନ୍ୟ ହୋଇ ପ୍ରଧାନ ବିଚାରପତି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।ଦେଶରେ ଅନ୍ତରୀଣ ସରକାର ଗଠନ ହେବା ପରେ ପ୍ରଧାନ ବିଚାରପତି ସରକାରଙ୍କ ବିନା ପରାମର୍ଶରେ ସୁପ୍ରିମକୋର୍ଟ ବୈଠକ ଡକାଇ ଦେଇଥିଲେ। ଶନିବାର ବୈଠକ ହେବାର ଥିଲା। ଏହାକୁ ନେଇ ବିକ୍ଷୋଭକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଧାନ ବିଚାରପତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ ସମର୍ଥନ କରୁଥିବା ଅଭିଯୋଗ କରି ବିକ୍ଷୋଭକାରୀମାନେ ସୁପ୍ରିମକୋର୍ଟ ବାହାରେ ବିକ୍ଷୋଭ କରିଥିଲେ। ଏହା ସହିତ ପ୍ରଧାନ ବିଚାରପତିଙ୍କ ସମେତ ସମସ୍ତ ବିଚାରପତି ଇସ୍ତଫା ଦେବାକୁ ଦାବି କରିବା ସହିତ ଏଥିପାଇଁ ଦ୍ଵିପ୍ରହର ପର୍ଯ୍ୟନ୍ତ ସମୟ ଦେଇଥିଲେ।

Related Articles

Back to top button