କେଶ କାଟିବା ବେଳେ କାନ୍ଦିଲେ କ୍ୟାନ୍ସର ରୋଗୀ, ସାନ୍ତ୍ଵନା ଦେବାକୁ ହେୟାର ଷ୍ଟାଇଲିଷ୍ଟ ନିଜ କେଶ କାଟିଦେଲେ

ନିକଟରେ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କ କେଶ କାଟିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଜଣେ କ୍ୟାନ୍‌ସର ରୋଗୀ କେଶ କାଟିବାକୁ ସେଲୁନ ଆସନ୍ତି। କେଶ କଟା ସମୟରେ ସେ ବହୁତ ଭାବପ୍ରବଣ ହୋଇ କାନ୍ଦିବାକୁ ଲାଗନ୍ତି। ରୋଗୀଙ୍କୁ କାନ୍ଦିବା ଦେଖି ହେୟାର ଷ୍ଟାଇଲିଷ୍ଟ ଏପରି କାର୍ଯ୍ୟ କରିଛନ୍ତି, ଯାହା ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖାଯାଇଛି କି, ଜଣେ ମହିଳା କେଶ କାଟିବା ପାଇଁ ସେଲୁନୁ ଆସିଥିଲେ। ହେୟାର ଷ୍ଟାଇଲିଷ୍ଟ ଟ୍ରିମର ସାହାଯ୍ୟରେ ତାଙ୍କ ମୁଣ୍ଡରେ ଥିବା କେଶ କାଟିବା ଆରମ୍ଭ କରିବା ମାତ୍ରେ ସେ କାନ୍ଦିବାକୁ ଲାଗିଥିଲେ। ମହିଳା ଜଣଙ୍କୁ କାନ୍ଦିବା ଦେଖି ହେୟାର ଷ୍ଟାଇଲିଷ୍ଟ ବାରମ୍ବାର ତାଙ୍କ ମୁଣ୍ଡକୁ ଚୁମ୍ବନ ଦେଇ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଥିଲେ। ଏହା ସତ୍ତ୍ୱେ ତାଙ୍କ ଲୁହ ବନ୍ଦ ହୋଇ ନ ଥିଲା। ହେୟାର ଷ୍ଟାଇଲିଷ୍ଟ ସମ୍ଭାଳି ନ ପାରି ନିଜ କେଶକୁ ମଧ୍ୟ ଟ୍ରିମର ସାହାଯ୍ୟରେ କାଟିଥିଲେ।
ସେ ଗୋଟିଏ ହାତ ମହିଳାଙ୍କ କାନ୍ଧରେ ରଖିଥିଲେ ଏବଂ ଅନ୍ୟ ହାତରେ ଟ୍ରିମର୍‌ ସାହାଯ୍ୟରେ ନିଜ କେଶକୁ ଉଡାଇ ଦେଇଥିଲେ। ମହିଳା ଏହା ଦେଖି ଅତ୍ୟନ୍ତ ଭାବପ୍ରବଣ ହୋଇ ହେୟାର ଷ୍ଟାଇଲିଷ୍ଟଙ୍କ ହାତ ଧରି କାନ୍ଦିବାକୁ ଲାଗିଥିଲେ।

ଏହି ଭିଡିଓ ଟୁଇଟରରେ ଗୁଡ ନ୍ୟୁଜ ମୁଭମେଣ୍ଟ ଦ୍ୱାରା ଶେୟାର କରାଯାଇଛି। ଏକ ମିନିଟ ୨୧ ସେକେଣ୍ଡର ଭିଡିଓ ୯୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓ ଦେଖିବା ପରେ ୟୁଜର୍ସ ହେୟାର ଷ୍ଟାଇଲିଷ୍ଟଙ୍କୁ ବହୁତ ପ୍ରଶଂସା କରୁଛନ୍ତି।

Related Articles

Back to top button