ବିବିସିକୁ ବ୍ରିଟିଶ ସଂସଦରେ ମିଳିଲା ଦୃଢ ସମର୍ଥନ

ନୂଆଦିଲ୍ଲୀ: ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି କାର୍ଯ୍ୟାଳୟ ଉପରେ ଆୟକର ଚଢଉର ଏକ ସପ୍ତାହ ବିତିଗଲାଣି । ବିବିସିକୁ ନେଇ ଇତି ମଧ୍ୟରେ ଆସିଛି ରୋଚକ ତଥ୍ୟ । ଗତକାଲି ବ୍ରିଟିଶ ପାର୍ଲାମେଣ୍ଟରେ ଅନୁଷ୍ଠିତ ଏକ ବିତର୍କରେ ସାଂସଦମାନେ ବିବିସିକୁ ସମର୍ଥନ କରିଛନ୍ତି । ଏହି ଘଟଣା ନେଇ ଭାରତ ସରକାରଙ୍କ ପାଖେ ଇଂଲଣ୍ଡ ଉଦବେଗ ପ୍ରକାଶ କରିଛି । ବିତର୍କରେ ସାଂସଦମାନେ ବ୍ରିଟେନର ପ୍ରେସ ସ୍ୱାଧୀନତାକୁ ନେଇ ଗର୍ବିତ ବୋଲି କୁହାଯାଇଥିଲା ।
ଟୋରି ଏମପି ଡେଭିଡ ରଟଲି କହିଛନ୍ତି, ଆମେ ବିବିସିକୁ ପୂର୍ଣ୍ଣ ସମର୍ଥନ କରୁଛୁ । ବିିବିସି ସପକ୍ଷରେ ମଧ୍ୟ ରହିଛୁ । ଆମେ ବିବିସିକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଉଛୁ ।ଆମେ ଭାବୁଛୁ ବିବିସି : ୱାରଲଡ ସର୍ଭିସ ମଧ୍ୟ ସମାନ ଭାବେ ଗୁରୁତ୍ବପୂର୍ଣ୍ଣ ।  ବଜାୟ ରଖିଥାଏ ଏବଂ ରଖୁ । କାରଣ ତାହା ଗୁରୁତ୍ୱପୂର୍ଣ୍ଣ ଏ ବିଷୟରେ ଆମେ ଭାରତ ସମେତ ବିଶ୍ୱ ର ସବୁବନ୍ଧୁ ରାଷ୍ଟ୍ରମାନଙ୍କୁ ଅବଗତ କରାଉଛୁ ।
ଅନ୍ୟଜଣେ ସାଂସଦ ୟୁଡିପି ଦଳର ଜିମ ସାନନ କହିଥିଲେ, ଭାରତରେ ହୋଇଥିବା ଆୟକର ଚଢଉ ଉଦ୍ଦେଶ୍ୟ ପ୍ରଣୋଦିତ । ସେମାନେ ମୋଦି ବିରୋଧୀ ଡକ୍ୟୁମେଣଟାରୀକୁ ନେଇ ବ୍ରିଟିଶ ଗଣମାଧ୍ୟମକୁ ଭୟଭୀତ କରିବାକୁ ଚାହାଁନ୍ତି ।
ଅନ୍ୟଜଣେ ସାଂସଦ ଫାବିୟାନ ହାମିଲଟନ କହିଥିଲେ, ବିବିସି କର୍ମଚାରୀ ରାତିସାରା କାର୍ଯ୍ୟାଳୟରେ ଅଟକ ରହିବା ଏବଂ ସେମାନଙ୍କୁ ଜେରା କରାଯିବା ଅତ୍ୟନ୍ତ ଚିନ୍ତାଜନକ । ସାସଂଦମାନେ କହିଥିଲେ, ଯେ କୌଣସି ଗଣତନ୍ତ୍ର ଦେଶରେ ବିନା ଭୟ ଓ ସଙ୍କୋଚରେ ରାଜନେତାଙ୍କୁ ସମାଲୋଚନା କରିବାର ଅଧିକାର ଓ କ୍ଷମତା ଗଣମାଧ୍ୟମରେ ରହିବା ଉଚିତ ।

Related Articles

Back to top button